Latest Odisha News

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ: ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୟୁପିଏ ସରକାର ବେଳେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ମିଳୁଥିଲା । ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି ବୋଲି କହିଛନ୍ତି ରେଳମନ୍ତ୍ରୀ।

ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ବଜେଟରେ ରେଲୱେ ପାଇଁ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ମିଳିଛି । ସେଥିରୁ ଓଡିଶା ପାଇଁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କା ।  ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇଯାଇଛି ।୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ୍‌ ନିର୍ମାଣ ହୋଇଛି।ରାଜ୍ୟର ୫୯ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ କରାଯାଉଛି ବୋଲି କହିଛନ୍ତି ରେଳମନ୍ତ୍ରୀ ।

Comments are closed.