ଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଆମେରୀକିୟ ଅଭିନେତା ୱିଲ ସ୍ମିଥ । ୨୦୨୨ ଓସ୍କାର ସମାରୋହ ଚାଲିଥିବା ସମୟରେ ମଂଚ ଉପରକୁ ଚଢି ଚାପୁଡା ମାରିବା ଅଭିନେତା ୱିଲ ସ୍ମିଥଙ୍କୁ ମହଙ୍ଗା ପଡିଛି । ମଂଚ ଉପରେ କମେଡିଆନ କ୍ରିସ ରକଙ୍କୁ ଚାପୁଡା ମାରିବା ଘଟଣାକୁ ଗୁରୁତର ସହ ନେଇ ତାଙ୍କ ଉପରେ କଟକଣା ଲଗାଯାଇଛି ।
ଚାପୁଡା ମାରିବା ଘଟଣାରେ ୱିଲ ସ୍ମିଥଙ୍କୁ ଆସନ୍ତା ୧୦ବର୍ଷ ଯାଏଁ ଓସ୍କାର କାର୍ଯ୍ୟକ୍ରମ ପାଇଁ ବ୍ୟାନ କରାଯାଇଛି । ଏକାଡେମି ଅଫ ମୋସନ ପିକଚର ଆର୍ଟ୍ସ ଆଣ୍ଡ ସାଇନ୍ସସେସ, ଅଭିନେତା ୱିଲ ସ୍ମିଥଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ବ୍ୟାନ ଲଗାଇଛି । ସେପଟେ ଘଟଣାକୁ ନେଇ ୱିଲ ସ୍ମିଥ କହିଛନ୍ତି, ଅନୁଷ୍ଠାନର ନିଷ୍ପତିକୁ ମୁଁ ସମ୍ମାନ ଜଣାଉଛି ଓ ଏହି ନିଷ୍ପତ୍ତିକୁ ସ୍ୱିକାର କରୁଛି ।
ଓସ୍କାର ଆୱାର୍ଡରେ ଘଟିଥିବା ଅରୁଚିକର ଘଟଣା ପାଇଁ ୨ସପ୍ତାହ ପରେ ୱିଲ ସ୍ମିଥଙ୍କ ଉପରେ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ୧୦ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ ହଲିଉଡର ଏହି ଅଭିନେତା ।
Comments are closed.