Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ୧୦ ବର୍ଷର ନାବାଳିକାକୁ ୬୦ ବର୍ଷର ବୃଦ୍ଧଙ୍କ ଦୁଷ୍କର୍ମ, କାମାନ୍ଧ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଅଜୟ ବାରିକ ନାମକ ଜଣେ ୬୦ ବର୍ଷ କାମାନ୍ଧ ବୃଦ୍ଧ ବ୍ୟକ୍ତିକୁ ପୋଲିସ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଗିରଫ କରିଛି ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ସତ୍ୟନଗର ଅଞ୍ଚଳରେ ଗୋଟିଏ ୧୦ ବର୍ଷର ନାବାଳିକା ଶିଶୁକନ୍ୟା ଦାଣ୍ଡରେ ଖେଳୁଥିଲା । ପଡ଼ିଶାରେ ରହୁଥିବା ୬୦ ବର୍ଷର ବୃଦ୍ଧ ବ୍ୟକ୍ତି ଅଜୟ ବାରିକ ଝିଅଟିକୁ ବଳପୂର୍ବକ ଉଠାଇ ନେଇ ଏକ ନିକାଞ୍ଚ ସ୍ଥାନରେ ଦୁଷ୍କର୍ମ କରିଥିଲା ।

ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଲୋକମାନେ ଜାଣିବା ପରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଏହିପରି ଏକାଧରଣର ଘଟଣା ଜୁନ ୧୧ ତାରିଖରେ ଘଟିଥିଲା । ଜଣେ ଭିନ୍ନକ୍ଷମ ନାବାଳିକାକୁ ଏକୁଟିଆ ପାଇ ଅରୁଣ ନାୟକ ନାମକ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିକୁ ଦୁଷ୍କର୍ମ କରିବା ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.