Latest Odisha News

BREAKING NEWS

ଓଡ଼ିଶା ନିର୍ବାଚନରେ ଗୋଟିଏ ପରିବାରରୁ କେବଳ ଗୋଟିଏ ଟିକଟ: କଂଗ୍ରେସ

ଭୁବନେଶ୍ୱର : ଆସନ୍ତା ବର୍ଷ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭାର ଅବ୍ୟବହିତ ପୂର୍ବରୁ ଓଡ଼ିଶା କଂଗ୍ରେସ ‘ଗୋଟିଏ ପରିବାରରୁ କେବଳ ଗୋଟିଏ ଟିକଟ’ ନିୟମ ପ୍ରାର୍ଥୀମାନଙ୍କ ଲାଗି ଘୋଷଣା କରିଛି ।

ଦଳର ସାଂଗଠନିକ ବୈଠକ ସମାପ୍ତ ପରେ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଗଣମାଧ୍ୟମକୁ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଆଗାମୀ ନିର୍ବାଚନରେ ‘ଗୋଟିଏ ପରିବାରରୁ କେବଳ ଗୋଟିଏ ଟିକଟ’ ନିୟମରେ ପ୍ରାର୍ଥୀମାନେ ନିର୍ବାଚନ ଲଢିବେ ।

“ଜିତିବାର ସମ୍ଭାବନା ଓ ନିଜର କୃତିତ୍ୱ ତଥା ଭାବମୂର୍ତ୍ତିକୁ ଲକ୍ଷ୍ୟ କରି ଦଳରେ ପ୍ରାର୍ଥୀ ଚୟନ କରାଯିବ, ” ବୋଲି କହିଛନ୍ତି କଂଗ୍ରେସର ଓଡ଼ିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ।

କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏନେଇ କହିଛନ୍ତି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ କାର୍ଯ୍ୟକାରୀ କରିବ ଏବଂ ଏନେଇ ବୈଠକରେ କାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ କରାଯିବ ।

ଶ୍ରୀଯୁକ୍ତ ମାଝୀ ମଧ୍ୟ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୫୦ରୁ ୭୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବାକୁ ସ୍ଥିର କରାଯାଇଛି ।

ଶ୍ରୀଯୁକ୍ତ ମାଝୀ ପୁଣି ମଧ୍ୟ କହିଛନ୍ତି ଯେ, ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବାକୁ ସ୍ଥିର ହୋଇଛି, ଏହି ସ୍ୱତନ୍ତ୍ର ସେଲ୍ ରେ ଦକ୍ଷ ନେତା ତଥା କର୍ମୀ ଆଗାମୀ ନିର୍ବାଚନ ଲାଗି କାର୍ଯ୍ୟ ଗ୍ରହଣ କରିବେ । ଓପିସିସିର ଉପସଭାପତି ତଥା ସାଧାରଣ ସମ୍ପାଦକମାନେ ଏହାର ଦାୟିତ୍ୱ ନିର୍ବାହ କରିବେ ବୋଲି ପ୍ରଦୀପ ମାଝୀ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.