Latest Odisha News

‘ଗଲା ୧୦ ବର୍ଷ ଟ୍ରେଲର୍ ଥିଲା, ଆଗକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ’

ନୂଆଦିଲ୍ଲୀ: ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ, ତାହା ଟ୍ରେଲର ଥିଲା । ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ ବୋଲି ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ କହିଛନ୍ତି ମୋଦି  । ଆସନ୍ତା ରବିବାର ତଥା ଜୁନ ୯ରେ  ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋଦି । ଏହା ପୂର୍ବରୁ ଆଜି ଏନଡିଏ ସଂସଦୀୟ ଦଳ ବୈଠକ ବସିଥିଲା, ଯେଉଁଥିରେ ସର୍ବସମ୍ମତି କ୍ରମେ ମୋଦିଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି।

ଏହାପରେ ପରେ ନରେନ୍ଦ୍ର ମୋଦି  ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି , ଗଲା ୧୦ ବର୍ଷରେ ଆମେ ଯାହା କରିଥିଲୁ ତାହା ଟ୍ରେଲର ଥିଲା, ଆଗକୁ ଏହାର ଗତି ବଢିବ । ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ । ଗରିବ ଓ ମଧ୍ୟବିତଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତ ନିର୍ବାଚନରେ  ଏନ୍‌ଡିଏର ମହାବିଜୟ କହିଲେ ପ୍ରଧାନମନ୍ତ୍ରୀ । ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଥିବାରୁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି । ଏନ୍‌ଡିଏ ହେଉଛି ଭାରତର ଆତ୍ମାର ପ୍ରତିବିମ୍ବ । ଏନ୍‌ଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ । ଏନ୍‌ଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ୍‌ ଆଲାଏନ୍ସ ସଫଳ ହୋଇନି କହିଲେ ପ୍ରଧାନମନ୍ତ୍ରୀ ।

ସମସ୍ତେ ମିଶି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିକି ହିଁ ରହିବା । ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ । ମୋ ପାଖରେ କୌଣସି ପ୍ରକାରର ଭେଦଭାବ ନାହିଁ, ସମସ୍ତେ ମୋ ପାଇଁ  ସମାନ ବୋଲି କହିଛନ୍ତି ମୋଦି ।

ସେହିପରି  ନିଜ ବକ୍ତବ୍ୟରେ ବିରୋଧି ଦଳ କଂଗ୍ରେସ କୁ ମଧ୍ୟ ଆକ୍ରମଣ କରିଛନ୍ତି । ଚଳିତ ନିର୍ବାଚନରେ ଏନ୍‌ଡିଏର ମହାବିଜୟ ହୋଇଛି  । ବିଗତ ଅନେକ ବର୍ଷ ହେଲାଣି କଂଗ୍ରେସ ଶହେ ସିଟ୍‌ ଛୁଇଁ ପାରିନି । ଗତ ୩ ନିର୍ବାଚନରେ କଂଗ୍ରେସ ଯେତିକି ପାଇଛି, ଆମେ ଗୋଟିଏ ଥରରେ ତାଠୁ ଅଧିକ ପାଇଛୁ କହିଲେ ପ୍ରଧାନମନ୍ତ୍ରୀ ।

ଲଗାତାର ଦେଶବାସୀଙ୍କୁ ବାଣ୍ଟିବାକୁ ପ୍ରୟାସ କରାଗଲା । ଲୋକଙ୍କ ଭିତରେ ବିଦ୍ବେଷ, ଭେଦଭାବ ସୃଷ୍ଟି ପାଇଁ ଚେଷ୍ଟା ହେଲା । କିନ୍ତୁ ଏସବୁକୁ ଲୋକେ ପ୍ରତ୍ୟାଖ୍ୟାନ କଲେ କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି ।

Leave A Reply

Your email address will not be published.