Latest Odisha News

ମୋହନ ସରକାରକୁ ପୂରିଲା ୧୦୦ ଦିନ, ଜନତାଙ୍କ ଆଗରେ ରିପୋର୍ଟ କାର୍ଡ ରଖିବେ ସରକାର

ଭୁବନେଶ୍ୱର: ମୋହନ ସରକାରକୁ ପୂରିଲା ୧୦୦ ଦିନ। ଏହି ଅବସରରେ ଜନତାଙ୍କ ଆଗରେ ରିପୋର୍ଟ କାର୍ଡ ରଖିବେ ସରକାର। ବିଜେପି ସରକାରଙ୍କ ୧୦୦ ଦିନର ସଫଳତା ନେଇ ଗୁରୁବାର ଶରଧାବାଲିରେ ହେବାକୁ ଯାଉଛି ବିଶାଳ ସମାବେଶ ଓ ପ୍ରଦର୍ଶନୀ। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦ରୁ ୨୩ ଯାଏଁ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ କରାଯିବ।

କାର୍ଯ୍ୟକ୍ରମରେ ବିଜେପିର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତି ନିର୍ବାଚନମଣ୍ଡଳୀରୁ ୨ ହଜାର ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି। ପ୍ରାୟ ୩୦ ହଜାର ଦଳୀୟ ନେତା ଓ କର୍ମୀ ଏଥିରେ ସାମିଲ ହେବେ।

ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପ୍ରାୟ ୧୨ ଶହରୁ ଅଧିକ ପୁଲିସ ଫୋର୍ସଙ୍କ ସମେତ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯିବାକୁ ପ୍ରସ୍ତୁତି ହୋଇଛି। ଆଜି ଦିନ ପ୍ରାୟ ୧୧ଟାରେ ସଭା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଦିନ ପ୍ରାୟ ୧୨ଟା ବେଳେ ଏଥିରେ ଯୋଗଦେବେ। ପରେ ଦିନ ପ୍ରାୟ ୧ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଠାରୁ ସେ ନୀଳାଚଳ ଅର୍ବାନ ହାଟକୁ ଯାଇ ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.