Latest Odisha News

ହସପିଟାଲରୁ ୧୦୦ ହମାସ ଆତଙ୍କବାଦୀ ଗିରଫ

ଗାଜା: ହମାସକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନାକୁ ମିଳିଛି ବଡ଼ ସଫଳତା । ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରିଛି ସେନା। ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି ଇସ୍ରାଏଲ ସେନା । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି। ଅନ୍ୟପକ୍ଷରେ ଗାଜାର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ହାମାସ ଡାକ୍ତରଖାନାରେ ଆତଙ୍କବାଦୀଙ୍କ ଉପସ୍ଥିତିକୁ ଏଡାଇ ଦେଇଛନ୍ତି।

ଇସ୍ରାଏଲ ସେନା ଅନୁଯାୟୀ, ସୈନିକମାନେ ମେଡ଼ିକାଲ ପରିସରରୁ ପ୍ରାୟ ୧୦୦ ଜଣ ଆତଙ୍କବାଦୀଙ୍କୁ ଧରିଥିଲେ। ସେମାନେ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ସମୟରେ ଖସିଯିବାକୁ ଚେଷ୍ଟା କରିଥିଲେ। ଏହାସହ ହସ୍ପିଟାଲ ଭିତରେ ଅସ୍ତ୍ରଶସ୍ତ୍ର, ଆତଙ୍କୀ ପାଣ୍ଠି ଓ ଗୁଇନ୍ଦା କାଗଜପତ୍ର ମିଳିଥିବା ଇସ୍ରାଏଲ ସେନା ସୂଚନା ଦେଇଛି।

Leave A Reply

Your email address will not be published.