ଭୁବନେଶ୍ୱର : ଲକ୍ ଡାଉନ ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ଉପରେ ରୋକ ଲଗାଯାଇଛି । କିନ୍ତୁ ବହୁ ସମୟରେ ଲୋକେ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନା ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୧୦୦ଟି ଓଲା କାର ଚଳାଚଳ ପାଇଁ ଅନୁମତି ଦେଇଛି କମିଶନରେଟ୍ ପୋଲିସ । ତେବେ ଏହା କେବେଠାରୁ ଚାଲିବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।
ତେବେ ଓଲା ଲକ୍ ଡାଉନ ବେଳେ କେବଳ ଡାକ୍ତରଖାନାକୁ ରୋଗୀଙ୍କୁ ନେବା ଆଣିବା କରିବ । ଏହା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ ।
Comments are closed.