Latest Odisha News

ଟ୍ରକରେ ଲୁଚି ବିହାର ଯାଉଥିବା ୧୦୯ ମଜୁରିଆ ପୋଲିସ ହାତରେ ଧରାପଡିଲେ

ପାଟନା: ଉତରପ୍ରଦେଶର ଅଲିଗଡରେ ଫସି ରହିଥିବା ୧୦୯ ମଜୁରିଆ ଟ୍ରକରେ ଲୁଚି କରି ବିହାର ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି । ସମସ୍ତ ମଜୁରିଆଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଅଲିଗଡରେ ଏହି ମଜୁରିଆମାନେ ଏକ କୋଲ୍ଡ ଷ୍ଟୋରଜେ କମ୍ପାନୀରେ କାମ କରୁଥିଲେ । ଲକ ଡାଉନ ପରେ ସେମାନେ ସେଠାରେ ରହୁଥିଲେ । ତେବେ ଏହାର ମାଲିକ ସେମାନଙ୍କୁ ଯାଗା ଖାଲି କରିବାକୁ କହିଥିଲା ।

ଶେଷରେ ବାଧ୍ୟ ହୋଇ ମଜୁରିଆମାନେ କୋଲ୍ଡ ଷ୍ଟୋରେଜ ଟ୍ରକରେ ଲୁଚି କରି ଯାଉଥିଲେ । ଏପରିକି ସମ୍ପୃକ୍ତ ମାଲିକ ଜଣକ ସେମାନଙ୍କୁ ଘରକୁ ପଠାଇବା ପାଇଁ ଜଣକ ପିଛା ୧୫୦୦ ଟଙ୍କା ନେଇଥିଲା ।

Leave A Reply

Your email address will not be published.