Latest Odisha News

BREAKING NEWS

ଲକ୍‌ଡାଉନ ବେଳେ ରାଜଧାନୀରେ ଜରୁରୀକାଳୀନ ସେବା ଯୋଗାଇବ ୧୦୦ଟି ଓଲା ଗାଡି

ଭୁବନେଶ୍ୱର : ଲକ୍ ଡାଉନ ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ଉପରେ ରୋକ ଲଗାଯାଇଛି । କିନ୍ତୁ ବହୁ ସମୟରେ ଲୋକେ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନା ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୧୦୦ଟି ଓଲା କାର ଚଳାଚଳ ପାଇଁ ଅନୁମତି ଦେଇଛି କମିଶନରେଟ୍ ପୋଲିସ । ତେବେ ଏହା କେବେଠାରୁ ଚାଲିବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ତେବେ ଓଲା ଲକ୍ ଡାଉନ ବେଳେ କେବଳ ଡାକ୍ତରଖାନାକୁ ରୋଗୀଙ୍କୁ ନେବା ଆଣିବା କରିବ । ଏହା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ  ।

Leave A Reply

Your email address will not be published.