ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି ୨୦ ସମ୍ମିଳନୀ । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଶ୍ୱ ମହାଶକ୍ତି । ଭାରତ ମଣ୍ଡପମରେ ଚାଲିଛି ମାନସ ମନ୍ଥନ । ସାରା ବିଶ୍ୱର ଆଖି ଭାରତ ଉପରେ । ଏହି ମହାମଞ୍ଚରେ ମିଳିଛି ଭାରତକୁ ବିପୁଳ ସମର୍ଥନ । ଜି ୨୦ ସମ୍ମିଳନୀରେ ଦିଲ୍ଲୀ ଘୋଷଣାପତ୍ରକୁ ମିଳିଛି ସମସ୍ତଙ୍କ ସମର୍ଥନ ।
ପ୍ରଧାନମନ୍ତ୍ରୀ ମୋଦି ଜି ୨୦ ସମ୍ମିଳନୀର ପ୍ରଥମ ଦିନରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ଘୋଷଣାପତ୍ର ସବୁ ଦେଶ ସମ୍ମୁଖରେ ଉପସ୍ଥାପନ କରାଗଲା । ସବୁ ଦେଶ ଏଥିରେ ୧୦୦ ପ୍ରତିଶତ ସହମତି ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆମ ଟିମର ପରଶ୍ରମ ଏବଂ ଆପଣମାନଙ୍କ ସମର୍ଥନ କାରଣରୁ ନୂଆଦିଲ୍ଲୀରେ ଜି-୨୦ ନେତାଙ୍କ ଶିଖର ସମ୍ମିଳନୀ ଘୋଷଣାପତ୍ରକୁ ମିଳିଛି ସହମତି ।
ଜି ୨୦ ସମ୍ମିଳନୀର ଏହି ଘୋଷଣାପତ୍ର ୩୭ ପୃଷ୍ଠାର । ଏଥରେ ରହିଛି ୮୩ ପାରାଗ୍ରାଫ । ଏହାର ନାଁ ରହିଛି ନୂଆଦିଲ୍ଲୀ ଡିକ୍ଲାରେସନ । ଏହି ଘୋଷଣାପତ୍ରରେ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ୪ ଥର କୁହାଯାଇଛି । ଏହା ସହିତ ଶକ୍ତିଶାଳୀ, ନିରନ୍ତର, ସମତୁଲ ଓ ସମାବେଶୀ ଅଭିବୃଦ୍ଧି ଉପରେ ଫୋକସ କରାଯାଇଛି । ଉତ୍ତମ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, ନିରନ୍ତର ବିକାଶ ଲକ୍ଷ୍ୟର ଗତିକୁ ତ୍ୱରାନ୍ୱିତ କରିବା, ଏକବିଂଶ ଶତାବ୍ଦୀ ପାଇଁ ମଲ୍ଟିଲାଟେରାଲ ଇନଷ୍ଟିଚ୍ୟୁସନ୍ସ ଉପରେ ଏହି ଘୋଷଣାପତ୍ରରେ ଫୋକସ କରାଯାଇଥିଲା । ଘୋଷଣାପତ୍ରକୁ ସହମତି ମିଳିଥିବା ନେଇ ପ୍ରଧାନମନ୍ତ୍ରୀ ଆଜି ଦ୍ୱିପହରରେ ଘୋଷଣା କରିଥିଲେ ।
ଦିଲ୍ଲୀ ଘୋଷଣାପତ୍ରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଷ୍ଠିତ ଦେଶ ସମୂହ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଏକ୍ସ (ଟୁଇଟ)ରେ ଏକ ପୋଷ୍ଟ ସେୟାର କରଛନ୍ତି । ସସେ କହିଛନ୍ତି, ଆଜି ଜି-୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାପତ୍ରକୁ ଅଧିକାରିକ ସ୍ତରରେ ଅଙ୍ଗୀକାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବ କେନ୍ଦ୍ରିତ ବିଶ୍ୱକରଣ ଏବଂ ଗ୍ଲୋବାଲ ସାଉଥକୁ ନେଇ ଆମର ଚିନ୍ତାକୁ ବିଶ୍ୱ ନେତାଙ୍କ ସାମ୍ନାରେ ରଖିଛନ୍ତି । ଆମର ଏହି ଚିନ୍ତା ଏବଂ ସ୍ୱରକୁ ମାନ୍ୟତା ମିଳିଛି ।ଏ ନେଇ ଜି ୨୦ ସଦସ୍ୟ ରାଷ୍ଟ୍ରଙ୍କୁ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି ।
BREAKING NEWS
- କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ପ୍ରତିଶ୍ରୁତି ୨୦୨୮ ଅକ୍ଟୋବର ୨୩ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ଭାରତୀୟ ସ୍ମାର୍ଟଫୋନ୍
- ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍ର ଅଂଶଗ୍ରହଣ;ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରୟାସ
- ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ
- ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର
- ‘ଏକାମ୍ର ୱାକ୍ସ’ର ସ୍ୱତନ୍ତ୍ର ‘ୟୁଏମ୍ଆଇ’ଟ୍ରେଲ୍ ଆରମ୍ଭ
- ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ
- Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ
- ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

Comments are closed.