Latest Odisha News

BREAKING NEWS

ହ୍ଵାଟ୍ସଆପର ଏହି ନୂଆ ଅପ୍ଡେଟ୍ ଉପଭୋକ୍ତାମାନଙ୍କୁ ବେଶ୍ ଆକର୍ଷିତ କରିବ

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ଏବେ ନୂଆ ନୂଆ ଫିଚର ଯୋଡିବାରେ ଲାଗିଛି। ୟୁଜର୍ସମାନଙ୍କ ଆଗ୍ରହ ବଢାଇବା ପାଇଁ ଦିନକୁ ଦିନ ହ୍ଵାଟ୍ସଆପରେ ନୂଆ ନୂଆ ଫିଚର ଯୋଡ଼ା ହେଉଛି। କିଛି ଦିନ ପୂର୍ବରୁ କମ୍ପାନୀ ଆଇଓଏସ୍ ଏବଂ ଏଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କୁ ‘ଇନଷ୍ଟାଣ୍ଟ ଭିଡିଓ ମେସେଜ୍’ ଫିଚର ଆଡ୍ କରିଥିଲା । ଏହା ଦ୍ବାରା ୟୁଜର୍ସ ହ୍ଵାଟ୍ସଆରେ ହିଁ ୬୦ ସେକେଣ୍ଡ ଭିଡିଓ ରେକର୍ଡ କରି ଅନ୍ୟଜଣଙ୍କୁ ପଠାଇବାର ସୁଯୋଗ ପାଉଥିଲେ । ଯାହା ଫଳରେ ଭିଡିଓ କରି ଗ୍ୟାଲେରୀକୁ ଯାଇ ଖୋଜିବାର ଆବଶ୍ୟକତା ପଡୁନଥିଲା । ବର୍ତ୍ତମାନ ହ୍ଵାଟ୍ସଆପ କମ୍ପାନୀ ଉପଭୋକ୍ତାମାନଙ୍କୁ ଏଣ୍ଡ୍ରୋଏଡ୍ ଏବଂ ଆଇଓଏସରେ ‘ଇନଷ୍ଟାଣ୍ଡ ଭିଡିଓ ମେସେଜ୍’ ସହିତ ଜଡିତ ଥିବା ଏକ ସ୍ବତନ୍ତ୍ର ବିକଳ୍ପ ଦେବାକୁ ଯାଉଛି । ଏବେ ଏହି ଫିଚର ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି ।

ତେବେ ହ୍ଵାଟ୍ସଆପର ଏହି ଅପଡେଟ ବିଷୟରେ ୱାବେଟାଇନ୍ଫୋ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, କମ୍ପାନୀ ଶୀଘ୍ର ଉପଭୋକ୍ତାମାନଙ୍କୁ ‘ଇନଷ୍ଟାଣ୍ଟ ଭିଡିଓ ମେସେଜ୍’ ଫିଚର ଡିସେବଲ କରିବା ପାଇଁ ମଧ୍ୟ ସୁବିଧା ପ୍ରଦାନ କରିବ । ଆପଣ ଇନଷ୍ଟାଣ୍ଟ ଭିଡିଓ ମେସେଜର ସେଟିଙ୍ଗକୁ ଯାଇ ଅଫ୍ କରିପାରିବେ । ଯାହା ଦ୍ବାରା ଆପଣ ଯେତେବେଳେ କାହାକୁ ଭଏସ ମେସେଜ ପଠାଇବା ପାଇଁ ଚାହିଁବେ ତ ସେତେବେଳେ ଭିଡିଓ ମେସେଜର ଅପ୍ସନ ଦେଖାଇବ ନାହିଁ ଏବଂ ଆପଣ ସହଜରେ ଭଏସ ମେସେଜ ରେକର୍ଡ କରି ପାରିବେ। ବର୍ତ୍ତମାନ ଏହି ଫିଚର କିଛି ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଥିବା ବେଳେ ଆଗାମୀ ଦିନରେ କମ୍ପାନୀ ସମସ୍ତ ୟୁଜର୍ସ ମାନଙ୍କ ପାଇଁ ରୋଲଆଉଟ କରିବ ବୋଲି ସୂଚନା ରହିଛି । ତେବେ ଆଗାମୀ ଦିନରେ ଆସିବାକୁ ଥିବା ହ୍ଵାଟ୍ସଆପର ଏହି ନୂଆ ଫିଚର୍ ଉପଭୋକ୍ତାମାନଙ୍କୁ ବେଶ୍ ଆକର୍ଷିତ କରିବ ବୋଲି କୁହାଯାଉଛି।

Leave A Reply

Your email address will not be published.