Latest Odisha News

BREAKING NEWS

ଅନ୍ଧବିଶ୍ୱାସ: ସାପ କାମୁଡାରେ ଆହତ ମହିଳାଙ୍କ ଚାଲିଛି ପାଣି ଚିକିତ୍ସା

ନିଆଳି: ସପ କାମୁଡାରେ ଆହତ ମହିଳାଙ୍କ ଚାଲିଛି ପାଣି ଚିକିତ୍ସା । ମନ୍ଦିର କଡରେ ବସାଇ ତାଙ୍କ ଉପରେ ଢ଼ଳା ଯାଉଛି ଗରା ପରେ ଗରା ପାଣି। ୩ ଘଂଟାରେ ତାଙ୍କ ଉପରେ ହଜାରେ ଗରା ପାଣି ଢ଼ଳା ଯାଇଛି ।

କଟକ ଜିଲ୍ଲା ନିଆଳି ବ୍ଲକର ଗୁଣ୍ଡର ଗାଁର ଶାନ୍ତି ମହାନ୍ତି ନାମକ ଜଣେ ମହିଳା ମନ୍ଦିରକୁ ଯିବା ସମୟରେ ସାପ କାମୁଡାର ଶିକାର ହୋଇଥିଲେ । ଏହାକୁ ଭଲ କରିବାକୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଗାଁ ମଝିରେ ଥିବା ଆର୍ତତ୍ରାଣ ଗାଦି ବ୍ରହ୍ମ ମନ୍ଦିରକୁ ନେଇଥିଲେ । ମନ୍ଦିର ବାହାରେ ବସାଇ ତାଙ୍କ ଉପରେ ହଜାରେ ଗରାପ।ଣି ଢାଳିଛନ୍ତି ।

ଲୋକଙ୍କ ବିଶ୍ୱାସ ରହିଛି ଏପରି କଲେ ଠାକୁରଙ୍କ ଆଶୀର୍ବାଦରେ ସାପ କାମୁଡା ଭଲ ହୋଇଯାଇଥାଏ । ଏତିକିରେ ପରିବାର ଲୋକଙ୍କ ମନ ବୁଝିନଥିଲା । ସାପ କାମୁଡାର ଶିକାର ହୋଇଥିବା ମହିଳାଙ୍କୁ ଡାକ୍ତରଖାନା ନନେଇ ଝଡାଫୁଙ୍କା ବି କରାଇଛନ୍ତି । ବିଜ୍ଞାନ ଯୁଗରେ ଏପରି ଅନ୍ଧବିଶ୍ୱାସ ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.