Latest Odisha News

BREAKING NEWS

ଛତୁ ବିକୁଥିବା ବେଳେ ମାଡିଗଲା ଗାଡି, ଭାଇ-ଭଉଣୀ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଅନୁଗୁଳ ରାସ୍ତାର କଙ୍କରେଇ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଛତୁ ବିକୁଥିବା ବେଳେ ସ୍କୋର୍ପିଓ ଚଢିଯିବା ଫଳରେ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଶିଶୁ ଆହତ ହୋଇଥିବା ବେଳେ ଗାଡି ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ, କଙ୍କରେଇ ଗାଁ ନିକଟରେ ରାସ୍ତା କଡରେ ଭାଇ ନୁଙ୍ଗୁରୁ ବେହେରା , ଭଉଣୀ ବୈଶାଖୀ ବେହେରା ଓ ଅନ୍ୟ ଜଣେ ଶିଶୁ ବସି ଜଙ୍ଗଲରୁ ସଂଗ୍ରହ କରି ଛତୁ ବିକ୍ରି କରୁଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ ସ୍କୋର୍ପିଓ ସେମାନଙ୍କ ଉପରେ ଚଢିଯିବା ସହ ଗଛରେ ବାଡେଇ ହୋଇଥିଲା ।

ଘଟଣା ସ୍ଥଳରେ ନୁଙ୍ଗୁରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ବୈଶାଖୀ , ଅନ୍ୟ ଶିଶୁ ଓ ଗାଡି ଡ୍ରାଇଭରକୁ ନିଶା ଶିଳ୍ପାଞ୍ଚଳ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବୈଶାଖୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ପହଞ୍ଚି ପରିସ୍ଥିତି ଶାନ୍ତ କରିବା ସହ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.