Latest Odisha News

ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ବଢିଲା ସୁରକ୍ଷା ବ୍ୟବସ୍ଥା; ସନ୍ଦିଗ୍ଧଙ୍କୁ ଠାବ କରିବ ୭୦୦ ଏଆଇ କ୍ୟାମେରା

ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ସମଗ୍ର ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମଗ୍ର ଭାରତବର୍ଷରେ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି । ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନେଇ ସଜେଇ ହେଉଛି ଲାଲକିଲ୍ଲା ।

ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦ ହଜାର ପୋଲିସ କର୍ମଚାରୀ ଏବଂ ୩ ହଜାର ଟ୍ରାଫିକ୍ ପୋଲିସ ସୁରକ୍ଷାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ୭୦୦ରୁ ଅଧିକ ଆର୍ଟିଫିଆଲ ଇଣ୍ଟେଲେଜେନ୍ସ (ଏଆଇ) ଆଧାରିତ କ୍ୟାମେରା ମଧ୍ୟ ଲାଗିଛି । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବ ।

ସେହିପରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ତ, ସପିଂ ମଲ୍, ବଜାର ସମେତ ଅନେକ ଜନ ବହୁଳ ସ୍ଥାନରେ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଛି ।

ଅନ୍ୟପଟେ, ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ରାସ୍ତା ବନ୍ଦ କରିଦିଆଯିବ । ଦିଲ୍ଲୀ ଟ୍ରାଫିକ୍‌ ପୋଲିସ୍‌ ଏନେଇ ଆଡଭାଇଜାରି ଜାରି କରିଛି । ରାଜଧାନୀର କେତେକ ରାସ୍ତା ସକାଳ ୪ ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଆଡଭାଇଜରୀରେ କୁହାଯାଇଛି ।

Comments are closed.