ବାଲେଶ୍ବର: ୧୦୧ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବାଲେଶ୍ବର ପ୍ରଶାସନ ପକ୍ଷରୁ ସୋମବାର ଦିନ ଇମାମି ପେପର ମିଲ୍ସ ଲିମିଟେଡର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।
ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୫୮ଟି ନୂଆ ମାମଲା ମଧ୍ୟରୁ ୧୦୧ଟି ମାମଲା ଇମାମି ପେପର ମିଲ୍ସରୁ ଆସିଛି।
ଏହି ପେପର ମିଲର ଦୁଇଜଣ କର୍ମଚାରୀ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
ସେହିପରି ଅଧିକ ପଜିଟିଭ ଚିହ୍ନଟ ହୋଇଥିବାରୁ ପ୍ଲାଣ୍ଟ୍ରର ତିନୋଟି ୟୁନିଟ୍ ମଧ୍ୟରୁ ଗୋଟିଏକୁ ତୁରନ୍ତ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.