Latest Odisha News

ବିଶିଷ୍ଟ ଶିକ୍ଷାବିତ୍ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଜିତେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି।

ସେ ଗତ କିଛି ଦିନ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ଏପ୍ରିଲ ୧୦ ତାରିଖରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ପରିବାର ସୂତ୍ରରୁ ପ୍ରକାଶ।

ଦୀର୍ଘ ୩୭ ବର୍ଷ ଧରି ସେ ଖଲ୍ଲିକୋଟ କଲେଜ ବ୍ରହ୍ମପୁର, ଏସସି କଲେଜ ପୁରୀ, ରେଭେନ୍ସା (ସ୍ୱୟଂଶାସିତ) କଲେଜ, ତାଳଚେର କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟ, ଅରୁଣାଚଳ ବିଶ୍ୱବିଦ୍ୟାଳୟ, ସାନା ବିଶ୍ୱବିଦ୍ୟାଳୟ ଏବଂ ୟେମେନରେ ମଧ୍ୟ ଶିକ୍ଷାଦାନ କରିଥିଲେ।

ଏହି କାର୍ଯ୍ୟକାଳ ମଧ୍ୟରେ ତାଙ୍କ ତତ୍ବାବଧାନରେ ଉତ୍କଳ ବିଶ୍ୱବିଦ୍ୟାଳୟର ୧୭ ଜଣ ସ୍କଲାର ପିଏଚଡି ଲାଗି ବିଭିନ୍ନ ବିଷୟରେ ଗବେଷଣା କରିଥିଲେ।

Leave A Reply

Your email address will not be published.