Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୧୦୪୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୨୧୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୨୫ । ସେହିପରି ଭୁବନେଶ୍ବର ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୪୪୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀରୁ ୪୯ ଜଣ ଥିବା ବେଳେ, ଖଣ୍ଡଗିରିରୁ ୪୭, ଚନ୍ଦ୍ରଶେଖରପୁରରୁ ୪୨, ଓଲ୍ଡ ଟାଉନରୁ ୩୯, ବରମୁଣ୍ଡା ଓ ମଞ୍ଚେଶ୍ବରରୁ ୨୪ ଜଣ ଲେଖାଏଁ, ଲକ୍ଷ୍ମୀସାଗରରୁ ୧୮, ବିଜେବି ନଗରରୁ ୧୭, ଡୁମୁଡୁମାରୁ ୧୬, ଜାଗମରା ଓ ବଡ଼ଗଡ଼ରୁ ୧ ଜଣ ଲେଖାଏଁ, ଜୟଦେବବିହାରରୁ ୧୨, ଭିମଟାଙ୍ଗିରୁ ୧୧ ଜଣ ଆକ୍ରାନ୍ତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୧୪ ଜଣ ଥିବା ବେଳେ, ନୟାପଲ୍ଲୀରୁ ୧୦, ଲକ୍ଷ୍ମୀସାଗର ଓ ପଟିଆରୁ ୧୨ ଜଣ ଲେଖାଏଁ, ଜାଗମରାରୁ ୯, ବରମୁଣ୍ଡା ଓ ଓଲ୍ଡ ଟାଉନରୁ ୭ ଜଣ ଲେଖାଏଁ, ଭିମଟାଙ୍ଗି ଓ ଆଇଆରସି ଭିଲେଜରୁ ୬ ଜଣ ଲେଖାଏଁ ଅଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୪୨ ହଜାର ୪୪୫ ଜଣ । ଏମାନଙ୍କ ମଧ୍ୟରୁ ୩୫ ହଜାର ୬୭୪ ଜଣ ସୁସ୍ଥ ହୋଇଥିବା ବେଳେ ୨୫୭ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୬୪୯୩ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.