Latest Odisha News

ସବୁ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମ ଦୀକ୍ଷା ଗ୍ରହଣ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶାହା ଆଜି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମୀ ଦୀକ୍ଷା ଗ୍ରହଣ କରିଛନ୍ତି । ଧଳା ପୋଷାକ ପରିଧାନ କରି ପ୍ରକାଶ ଏବଂ ତାଙ୍କ ପତ୍ନୀ ନୈନା ଶାହା ମୁମ୍ବାଇର ବୋରିଭାଲିରେ ଆୟୋଜିତ ଏକ ସମାରୋହରେ ଏହି ଦୀକ୍ଷା ଗ୍ରହଣ କରିଥିଲେ । ରସାୟନିକ ଇଞ୍ଜିନିୟରିଂରେ ଏମଟେକ୍ କରିଥିଲେ ।

ପୂର୍ବରୁ ଶାହାଙ୍କ ସାନ ପୁଅ ମଧ୍ୟ ଜୈନ ଭିକ୍ଷୁ ହୋଇଥିଲେ । ସେ ମଧ୍ୟ ବିଟେକରେ ରୌପ୍ୟ ପଦକ ହାସଲ କରିଥିଲେ । ଏବେ ମୁଁ ପ୍ରକୃତ ସୁଖ ସନ୍ଧାନରେ ରହିଛି ବୋଲି ପ୍ରକାଶ କହିଛନ୍ତି ।

Leave A Reply

Your email address will not be published.