Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୧୦୬ ନୂଆ କରୋନା ମାମଲା ରେକର୍ଡ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ ୨୪ ଘଣ୍ଟାରେ କରୋନାଭାଇରସ(କୋଭିଡ-୧୯)ର ୧୦୬ଟି ନୂଆ ମାମଲା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୨୪ ଘଣ୍ଟାରେ ଭାରତରେ ନୂଆ କରୋନା ମାମଲା ବଢ଼ିବା ସହ ୬ଜଣଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳ ପର୍ଯ୍ୟନ୍ତ କରୋନାଭାଇରସର ମାମଲା ୯୭୯ରେ ପହଞ୍ଚିଥିଲା । ସେମାନଙ୍କ ମଧ୍ୟରୁ ୯୩୧ଜଣ ଭାରତୀୟ ନାଗରିକ । ଆଜି ସକାଳ ସୁଦ୍ଧା ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ୨୫ରେ ପହଞ୍ଚିଥିଲା ।

Leave A Reply

Your email address will not be published.