Latest Odisha News

BREAKING NEWS

ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ସରକାରଙ୍କ ସହ ଅଛି କଂଗ୍ରେସ

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶରେ ଅଚଳାବସ୍ଥା ଦେଖାଦେଇଛି । ଏଭଳି ସ୍ଥିତିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ସରକାରଙ୍କ ସହ କଂଗ୍ରେସ ଦଳ ଠିଆ ହୋଇଛି ବୋଲି ସେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ରାହୁଲ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସରକାର ଦାଦନ ଶ୍ରମିକ ଓ ନିରାଶ୍ରୟଙ୍କ ପାଇଁ ରହିବା ବ୍ୟବସ୍ଥା କରନ୍ତୁ । ଅନେକ ଶ୍ରମିକ ବେରୋଜଗାର ହୋଇ ଘରୁ ପଳାୟନ କରୁଛନ୍ତି । ଏପରି ସ୍ଥଳରେ ସଂକ୍ରମଣ ବଢ଼ିବା ଭୟ ରହିଛି । ଏହାକୁ ନଜରରେ ରଖି ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯାଉ ।
ତାଲା ବନ୍ଦ ଯୋଗୁଁ ଶ୍ରମିକମାନେ କାମକୁ ଯାଇ ପାରୁ ନାହାନ୍ତି । ଫଳରେ ସେମାନେ ବେରୋଜଗାର ହୋଇ ଭୋକ ଉପବାସରେ ମରୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ସରକାର ସାହାଯ୍ୟ କରନ୍ତୁ ବୋଲି ରାହୁଲ ଚିଠିରେ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ କଂଗ୍ରେସ ଅତି ଗୁରୁତର ସହ ଗ୍ରହଣ କରିଛି । ଏହାଦ୍ୱାରା ସାମାଜିକ ଦୂରତା ବୃଦ୍ଧି ହୋଇପାରିବ। ଫଳରେ କରୋନା ସଂକ୍ରମଣ ଆଉ ବଢ଼ି ପାରିବନି ।

Leave A Reply

Your email address will not be published.