Latest Odisha News

ଦେଶରେ ସର୍ବାଧିକ ସଂଖ୍ୟକ ଭାଷାରେ କଥା ହେଉଥିବା ସହର ବାଙ୍ଗାଲୁରୁ

ନୂଆଦିଲ୍ଲୀ: ବାଙ୍ଗାଲୁରୁ ହେଉଛି ସେହି ସହରର ଯେଉଁଠାରେ ଦେଶରେ ସର୍ବାଧିକ ସଂଖ୍ୟକ ଭାଷା କୁହାଯାଇଥାଏ।୨୦୧୧ ଜନଗଣନା ଅନୁଯାୟୀ ହୋଇଥିବା ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି। ବେଙ୍ଗାଲୁରୁରେ ଅତି କମରେ ୧୦୭ ଟି ଭାଷାର ପ୍ରଚଳନ ରହିଛି। ସେଠାରେ ଲୋକେ ୧୦୭ଟି ଭାଷାରେ କଥା ହେଉଛନ୍ତି। ଯେଉଁଥିରେ ୨୨ ଟି ନିର୍ଦ୍ଧାରିତ ଏବଂ ୮୪ ଟି ଅଣ-ନିର୍ଦ୍ଧାରିତ ଭାଷା ଅଛି।

ଗବେଷଣାରୁ ଏହା ମଧ୍ୟ ଜଣାଯାଇଛି ଯେ ଏଭଳି ଅନେକ ଜିଲ୍ଲା ଅଛି ଯେଉଁଠାରେ ୧୦୦ରୁ ଅଧିକ ଭାଷାରେ କଥାବାର୍ତ୍ତା କରାଯାଇଥାଏ। ସେଥିମଧ୍ୟରୁ ନାଗାଲାଣ୍ଡର ଦିମାପୁରରେ ୧୦୩ ଏବଂ ଆସାମର ସୋନିତପୁର ୧୦୧।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ଭାଷା କୁହାଯାଉଥିବା ଜିଲ୍ଲାଗୁଡ଼ିକରେ ୟାନାମ (ପୁଡୁଚେରୀ), କୌମୁର (ଭଭୁଆ, ବିହାର), କୌଶମ୍ବୀ ଏବଂ କାନପୁର ଦେହତ୍ (ଉତ୍ତରପ୍ରଦେଶ) ଏବଂ ଆରିୟାଲୁର (ତାମିଲନାଡୁ) ଅନ୍ତର୍ଭୁକ୍ତ। ଏହି ଜିଲ୍ଲାଗୁଡ଼ିକରେ ୨୦ ରୁ କମ୍ ଭାଷା କଥିତ।

ବାଙ୍ଗାଲୋରରେ କନ୍ନଡ ବକ୍ତାମାନଙ୍କର ମୋଟ ପ୍ରତିଶତ ହେଉଛି ୪୪ ପ୍ରତିଶତ। ଅନ୍ୟାନ୍ୟ ପ୍ରମୁଖ ଭାଷାଗୁଡ଼ିକ ହେଉଛି ତାମିଲ (୧୫%), ତେଲୁଗୁ (୧୪%), ଉର୍ଦ୍ଦୁ (୧୨%), ହିନ୍ଦୀ (୬%), ମାଲାୟାଲମ୍ (୩%), ମରାଠୀ (୨%), କୋଙ୍କଣୀ (୦.୬%), ବଙ୍ଗାଳୀ ( ୦.୬%)) ଏବଂ ଓଡିଆ (୦.୫%)।

Comments are closed.