Latest Odisha News

BREAKING NEWS

ଆଜି ଭୁବନେଶ୍ବରରୁ ୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ସାରା ରାଜ୍ୟରୁ ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୮ ଜଣ ପଜିଟିଭ୍ । ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୮ । ଏନେଇ ଭୁବନେଶ୍ବର

୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ୧୧ ଜଣ, ଓଲ୍ଡ ଟାଉନରୁ ୭, ନୟାପଲ୍ଲୀରୁ ୫, ପଟିଆରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବମିଖାଲ, ପାହାଳ, ପଳାଶପଲ୍ଲୀ, ସୁନ୍ଦରପଦା, ୟୁନିଟ୍‌-୬, ବିବେକାନନ୍ଦ ମାର୍ଗ, ପାତ୍ରପଡ଼ା, ଜାଗମରା, ଝାରପଡ଼ା, କଳିଙ୍ଗ ନଗର, ସିଆର୍‌ପିଏଫ୍‌ କ୍ୟାମ୍ପ, ଜୟଦୁର୍ଗା ନଗର, ଡେଲ୍‌ଟା ଛକ, ଗାଡ଼କଣ, ହଂସପାଳ, ଲକ୍ଷ୍ମୀସାଗର ଓ ସହିଦ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ବାଦଦେଲେ ମଞ୍ଚେଶ୍ବରରୁ ୩, ଶୈଳଶ୍ରୀ ବିହାରରୁ ୪ ଓ ସତ୍ୟନଗରରୁ ୪ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି ।

ଆଇଗିଣିଆ, ବଡ଼ଗଡ଼, ବିଜେବି ନଗର, ରସୁଲଗଡ଼, କଳିଙ୍ଗ ବିହାର, ପୋଖରୀପୁଟ, ବରମୁଣ୍ଡା, ଆଇଆରସି ଭିଲେଜ, ଶ୍ରୀରାମ ନଗର, ସାମନ୍ତରାପୁର ଓ ଭିଏସ୍‌ଏସ୍‌ ନଗରରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.