Latest Odisha News

BREAKING NEWS

କଅସର ଗାଁକୁ ମଦମୁକ୍ତ କରିବାକୁ ଦାବି, ଗାଁ ପରିକ୍ରମା କଲେ ମହିଳା ଓ ଗ୍ରାମବାସୀ 

ବଲାଙ୍ଗିର: ଗାଁକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା ଓ ଗ୍ରାମବାସୀ । ଏଥିପାଇଁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କଅସର ଗାଁର ସ୍ଥାନୀୟ ରାମଜି ମଣ୍ଡପଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତରେ ଏକ ବୈଠକ ହୋଇଥିଲା ।

ତେବେ କୁଚିଆରେ ମଦ ବିକ୍ରି କରାଯିବା ଦ୍ବାରା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏବଂ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଗାଁକୁ ମଦ ମୁକ୍ତ କରିବା ପାଇଁ ମହିଳାମାନେ ଏକତ୍ରିତ ହୋଇ ଗାଁ ପରିକ୍ରମା କରିଥିଲେ । ନାରା ବାଜି ଦେବା ସହ କୁଚିଆ ମଦ ବନ୍ଦ କରାଯାଉ, ମଦ ମୁକ୍ତ ଆମର ଦାବୀ ବୋଲି ନାରା ଲଗାଇ ଥିଲେ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାଙ୍କ ସହ ଗ୍ରାମବାସୀ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.