ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କ୍ୱାରେଣ୍ଟାଇନ୍ରେ ଗଲେ ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲର କର୍ମଚାରୀ । ୧୦୮ ଡାକ୍ତର ଓ ନର୍ସ ଏବେ କ୍ୱାରେଣ୍ଟାଇନରେ ରହିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଏଭଳି ପଦକ୍ଷେପ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ସୂଚନା ଅନୁସାରେ ଏହି ହସ୍ପିଟାଲକୁ ଅନ୍ୟ ରୋଗର ଚିକିତ୍ସା ପାଇଁ ଆସିଥିବା ୨ଜଣ ରୋଗୀଙ୍କ ଦେହରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି । ସେମାନଙ୍କ ସଂସ୍ପର୍ଶରେ ୧୦୮ଜଣ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ଆସିଥିଲେ । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ସମସ୍ତଙ୍କୁ କ୍ୱାରେନଟାଇନରେ ପଠାଇ ଦେଇଛନ୍ତି କର୍ତ୍ତୃପକ୍ଷ ।
୧୦୮ଜଣଙ୍କ ମଧ୍ୟରୁ ୨୩ଜଣଙ୍କୁ ହସ୍ପିଟାଲରେ ଓ ୮୫ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ କୁହାଯାଇଛି । ଏହା ପୂର୍ବରୁ ଦିଲ୍ଲୀ ଏବଂ ମୁମ୍ବାଇର ଚାରିଜଣ ଡାକ୍ତର ଏବଂ ଦୁଇ ନର୍ସ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଏକାନ୍ତବାସରେ ରହିଥିଲେ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.