Latest Odisha News

BREAKING NEWS

ସଟ୍ ଡାଉନ କଟକଣା ଉଲଂଘନ କରି ରାଜ୍ୟରେ ପ୍ରାୟ ୨୪ଶହ ଗିରଫ : ପୋଲିସ ଡିଜି

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହରରେ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ କେତେକ ସ୍ଥାନରେ କିଛି ଲୋକ ଏହାର ଉଲଂଘନ କରିଥିବା ଦେଖାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏ ଯାଏଁ ପ୍ରାୟ ୨୪ଶହ ଜଣ ବ୍ୟକ୍ତିଙ୍କୁ ଏଥି ପାଇଁ ଗିରଫ କରାଯାଇଥିବା କହିଛନ୍ତି । ୯୦ ପ୍ରତିଶତ ଲୋକ ପୋଲିସକୁ ସହଯୋଗ କରିଥିବା ବେଳେ ୧୦ପ୍ରତିଶତ ଲୋକ ଉଲଂଘନ କରିଥିବା ସେ ସୂଚନା ଦେଇଛନ୍ତି ।

ଏଥି ସହିତ ସୋସିଆଲ ମିଡିଆ ଏବଂ ଦ୍ୱାଟ୍ସଅପ୍‌ରେ କୌଣସି ଭ୍ରମାତ୍ମକ କିମ୍ବା ସନ୍ଦେହଜନକ ବାର୍ତ୍ତା ପ୍ରସାର ନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଯେ କେହି ଏଭଳି କରିବ ତାଙ୍କ ଉପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ବଢିବା ସହିତ ରାଜ୍ୟର ଭୁବନେଶ୍ୱର, କଟକ, ଭଦ୍ରକ ସହର ଓ ଆଖପାଖ ଅଂଚଳରେ ରବିବାର ରାତି ୮ ଯାଏଁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା ହୋଇଛି ।

Leave A Reply

Your email address will not be published.