Latest Odisha News

ଡିଜିଟାଲ ଭାବେ ହେବ ସିବିଏସଇର ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ

ନୂଆଦିଲ୍ଲୀ: ସିବିଏସଇ ଏବେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଉତ୍ତର ଖାତା ଡିଜିଟାଲ ଭାବରେ ମୂଲ୍ୟାଙ୍କନ କରିବ । ଏଥିପାଇଁ ଗୋଟିଏ କିମ୍ବା ଅଧିକ ଏଜେନ୍ସି ଚୟନ କରାଯିବ ବୋଲି ସିବିଏସଇର ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ନିଆଯାଇଥିବା ଏହି ନିଷ୍ପତ୍ତିରେ, ବୋର୍ଡର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ କିଛି ବିଷୟରେ ପାଇଲଟ୍ ପ୍ରୋଜେକ୍ଟ ସମାପ୍ତ ହେବା ପରେ ହିଁ ଦଶମ-ଦ୍ୱାଦଶର ସମସ୍ତ ବିଷୟରେ ମୂଲ୍ୟାଙ୍କନ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସଦସ୍ୟମାନେ ପରାମର୍ଶ ଦେଇଛନ୍ତି ।

ସିବିଏସଇ ନିଷ୍ପତ୍ତି ନେଇଛି ଯେ, ଉତ୍ତର ପତ୍ରର ଡିଜିଟାଲ୍ ମୂଲ୍ୟାଙ୍କନ ପାଇଁ, ଏପରି ଏଜେନ୍ସିଗୁଡ଼ିକୁ ଚୟନ କରାଯିବ ଯାହାଙ୍କ ପାଖରେ ସ୍କୁଲ ବୋର୍ଡ, ବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ପରୀକ୍ଷା ସଂସ୍ଥା ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତର ପତ୍ରର ଡିଜିଟାଲ୍ ମୂଲ୍ୟାଙ୍କନର ଭଲ ଅଭିଜ୍ଞତା ରହିଥିବ । ଯେହେତୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ପତ୍ର ଯାଞ୍ଚ ଏକ ଗୋପନୀୟ ପ୍ରକ୍ରିୟା, ତେଣୁ ଉତ୍ତର ପତ୍ର ଯାଞ୍ଚ ଦାୟିତ୍ୱପୂର୍ଣ୍ଣ ଭାବରେ ଏବଂ କୌଣସି ପ୍ରକାରର ହେରଫେର ବିନା କରାଯିବା ଆବଶ୍ୟକ ।

ବୋର୍ଡ ପରୀକ୍ଷାର ଉତ୍ତର ଖାତାର ଡିଜିଟାଲ ମୂଲ୍ୟାଙ୍କନ କାର୍ଯ୍ୟର ଆନୁମାନିକ ମୂଲ୍ୟ ୨୮ କୋଟି ଟଙ୍କା ହେବ ବୋଲି ରିପୋର୍ଟ କରାଯାଉଛି। ବୋର୍ଡ ଅଧିକାରୀ କହିଛନ୍ତି ଯେ, ଅନେକ ବିଶ୍ୱବିଦ୍ୟାଳୟରେ ଡିଜିଟାଲ ମୂଲ୍ୟାଙ୍କନ କାର୍ଯ୍ୟ ପୂର୍ବରୁ ଚାଲିଛି ଏବଂ ଏହା ଲାଭଦାୟକ ପ୍ରମାଣିତ ହୋଇଛି। ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଉତ୍ତର ଖାତାର ଅଞ୍ଚଳୱାରୀ ମୂଲ୍ୟାଙ୍କନରେ ଥିବା ଅସମାନତାକୁ ଦୂର କରାଯାଇପାରିବ, ଯାହା ପରୀକ୍ଷା ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ ।

 

Comments are closed.