Latest Odisha News

BREAKING NEWS

ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ଆୟୋଜିତ

ବ୍ରହ୍ମପୁର : ବ୍ରହ୍ମପୁର ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଦଶମ ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ୨୦୨୨ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସୋମନାଥ ସାହୁ, ସ୍ମୃତି ପଟ୍ଟନାୟକ, ମମତା ଶତପଥି ଏବଂ ସୁଶ୍ରୀ ନିହାରିକା ସାହୁ, ପ୍ରମୋଦ କୁମାର ପଣ୍ଡା, ସତ୍ୟମ୍ ଆଚାରୀ , ଜ୍ଞାନେନ୍ଦ୍ର ପଣ୍ଡା , ଦୀପିକା ଦାଶ, ଆର ସୁନନ୍ଦା ଚୈ।ଧୁରୀ (ସାହୁ), ବିଦ୍ୟୁତ ଲତା ମିଶ୍ର ପ୍ରମୁଖ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ମହୋତ୍ସବରେ ପ୍ରଦୀପ ଷଡଙ୍ଗୀଙ୍କ “ଅବସର ଅଭିନନ୍ଦନୀକା” ଓ ସୀମାଞ୍ଚଳ ପଣ୍ଡାଙ୍କ କବିତା ସଙ୍କଳନ “କ୍ଷୁଦ୍ର ସତ କେଡ଼େ ମହତ ” ଓ “ପିଲାଙ୍କ ପାଠ ମିଠେଇ” ଉନ୍ମୋଚନ ହୋଇଥିଲା ।

ସୁଶାନ୍ତ ଦାସଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ସୀମାଞ୍ଚଳ ପଣ୍ଡା, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗୀତିକବି ପ୍ରଦୀପ କୁମାର ଷଡ଼ଙ୍ଗୀ , ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ବିଶ୍ଵାଳ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସାହିତ୍ୟିକ , ବୁଦ୍ଧିଜୀବୀ ଏବଂ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.