Latest Odisha News

ବରିଷ୍ଠ ସ୍ତମ୍ଭ ଲେଖକ ଆର୍ତ ମିଶ୍ର ପାଇଲେ ଅଷ୍ଟାଦଶ ନାରଦ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ଆର୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଏବଂସାମ୍ବାଦିକତା କ୍ଷେତ୍ରକୁ ଅବଦାନ ନିମନ୍ତେ ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ନାରଦ ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିପାଇଁ ଶ୍ରୀ ମିଶ୍ରଙ୍କୁ ମାନପତ୍ର, ଉତ୍ତରୀୟ , ନାରିକେଳ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା

ଶ୍ରୀ ମିଶ୍ର ବିଗତ ତିନି ଦଶନ୍ଧି ଧରି ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ସାମ୍ବାଦିକତା ଓ ସ୍ତମ୍ଭ ରଚନା ଜାରି ରଖିଛନ୍ତି ଏବଂ ତାଙ୍କର ରୋକ୍ ଠୋକ୍ ଶବ୍ଦ ଓ ବେସାଲିସ ଆଭିମୁଖ୍ୟ ତାଙ୍କୁ ଜଣେ ପ୍ରଚଣ୍ଡ ରାଷ୍ଟ୍ରବାଦୀ ସ୍ତମ୍ଭକାର ଭାବେ ପରିଚିତ କରାଇଛି ।

ଏହି ଉତ୍ସବରେ ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଶିଷ୍ଟ ସାହିତ୍ୟିକ ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ସମ୍ପର୍କ ପ୍ରମୁଖ ଆଡଭୋକେଟ ସର୍ବେଶ୍ୱର ବେହେରା ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ।

ସାଇ ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରଦ ଜୟନ୍ତୀ ସମାରୋହ ସମିତିର ବରିଷ୍ଠ ସଦସ୍ୟ ସୁମନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଏବଂ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ୟୁନିଟ-୮, ଭୁବନେଶ୍ୱରର ଶିଶୁମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।

ସୂଚନାଯୋଗ୍ୟ ଯେ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଥିବା, ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସମ୍ବାଦ ପରିବେଷଣ ସହ ରାଷ୍ଟ୍ରୀୟ ବିଚାରଧାରାର ପ୍ରସାର ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତି ବର୍ଷ ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ୨୦ବର୍ଷ ଧରି ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି ।

 

Leave A Reply

Your email address will not be published.