ସମ୍ବଲପୁର: ଆଜି ଅପରାହ୍ନରେ ସମ୍ବଲପୁରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲକ୍ଷ୍ମୀ ଟକିଜ ଫ୍ଲାଇଓଭରରୁ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ର ଜଣକ ହେଲେ କ୍ଲିଫଡ୍ କୁଜୁର।
ସୂଚନା ଅନୁସାରେ, ସେଣ୍ଟ ଜୋସେଫ୍ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ହେଉଛନ୍ତି କ୍ଲିଫଡ୍ କୁଜୁର । ସବୁଦିନ ଭଳି ସେ ଆଜି ମଧ୍ୟ ସ୍କୁଲ ଯାଇଥିଲେ ପରୀକ୍ଷା ଦେବାକୁ । ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ, ଲକ୍ଷ୍ମୀ ଟକିଜ ନିକଟ ଫ୍ଲାଏଓଭରରୁ କୌଣସି ପ୍ରକାରେ ତଳକୁ ଖସିପଡ଼ିଥିଲେ। ତାଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
Comments are closed.