Latest Odisha News

BREAKING NEWS

ଅଷ୍ଟ୍ରେଲିଆ ୮, ଫ୍ରାନ୍ସ ୦

ଭୁବନେଶ୍ୱର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୩ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି ମ୍ୟାଚରେ ବିଜୟୀ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଗୋଟିଏ, ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ୩ଟି ଲେଖାଁଏ ଓ ଶେଷ କ୍ୱାର୍ଟରରେ ଗୋଟିଏ ଗୋଲ ସ୍କୋର କରିଥିଲା । ଫ୍ରାନ୍ସ ଦଳ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଗୋଟିଏ ବି ଗୋଲ କରିବାରେ ସଫଳ ହୋଇ ନ ଥିଲେ । ଟମ କ୍ରେଗ ଓ ଜେରେମୀ ହେୱାର୍ଡ ୩ଟି ଲେଖାଁଏ ଗୋଲ ସ୍କୋର କରିଥିଲେ ।

ଫ୍ଲାୟନ ଓଗିଲିଭି ଓ ଟମ ୱିକହାମ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଆର୍ଜେଂଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ରାତିରେ ଇଂଲଣ୍ଡ-ୱେଲ୍ସ ଓ ଭାରତ-ସ୍ପେନ ମଧ୍ୟରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଆୟୋଜିତ ହେବ ।

Leave A Reply

Your email address will not be published.