Latest Odisha News

BREAKING NEWS

ବୀରମିତ୍ରପୁରରେ ଟ୍ରେନ୍‌ର ୧୧ବଗି ଲାଇନଚ୍ୟୁତ

ରାଉରକେଲା: ପୁଣି ଏକ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି । ବୀରମିତ୍ରପୁର ବଜାର ନିକଟର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଯାଇଛି। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି। ଚୂନପଥର ବୋଝେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।

ସୂଚନାମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଶନିବାର ଏକ ମାଲବାହୀ ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ ହୋଇଛି। ଚୂନଭଟାରୁ ବୀରମିତ୍ରପୁର ରେଳଷ୍ଟେସନକୁ ଗଲା ବେଳେ ଏହି ଅଘଟଣ ଘଟିଛି।

 

Comments are closed.