Latest Odisha News

BREAKING NEWS

କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୧୧ ଜିଲ୍ଲା, ପଶ୍ଚିମ ସହ ଉପକୂଳରେ ମାଡ଼ୁଛି ମହାମାରୀ

ଭୁବନେଶ୍ୱର: ମହାମାରୀ କୋଭିଡ୍ ସଂକ୍ରମଣ ସ୍ଥିତି ଦିନକୁ ଦିନ ରାଜ୍ୟରେ ବେକାବୁ ହେବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ସହ ସହରାଞ୍ଚଳରେ ସଟଡାଉନ୍ ଲାଗୁ କରିଛନ୍ତି । ତଥାପି ଛତିଶଗଡ଼ ଓ ଝାଡ଼ଖଣ୍ଡ ଜିଲ୍ଲା ସହ ଉପକୂଳ ଜିଲ୍ଲାରେ କରୋନା ସଂକ୍ରମଣ ସମସ୍ତଙ୍କ ନିଦ ହଜାଇ ଦେଲାଣି । ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ମହାମାରୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ।

11 District Of Odisha In Covid Red Zone
Sundergarh

ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା କୋଭିଡ୍ ରେଡ୍ ଜୋନରେ ରହିଛି । ସେହିଭଳି ଉପକୂଳ ଓଡ଼ିଶାରେ ବେଶି ପ୍ରଭାବିତ ହୋଇଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲା ସହ କଟକ ଓ ପୁରୀ ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ଉତ୍ତର ଓଡ଼ିଶାର ୪ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ସହ ଅନୁଗୁଳ ଅରେଞ୍ଜ ଜୋନରେ ରହିଛି । ଏହିଭଳି ଦେଖିବାକୁ ଗଲେ ରାଜ୍ୟର ୧୬ ଜିଲ୍ଲାରେ କୋଭିଡ୍ ସ୍ଥିତି ବେଶ୍ ଉଦବେଗଜନକ ।

11 District Of Odisha In Covid Red Zone
Khordha

ରେଡ୍ ଜୋନ୍ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୫ ହଜାର ୨୧ଟି ସକ୍ରିୟ ମାମଲା ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୪ ହଜାର ୮୯୪ଟି ସକ୍ରିୟ ମାମଲା ରହିଛି । ଆଉ ସବୁଠୁ ବଡ଼ କଥା ହେଲା ଏହି ୨ ଜିଲ୍ଲାରୁ ବିଗତ ୧୦ ଦିନ ହେଲା ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ନୂଆପଡ଼ା ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଛୋଟ ଜିଲ୍ଲା ହୋଇଥିବା ବେଳେ ଏଠି କୋଭିଡ୍ ସ୍ଥିତି ସଙ୍ଗୀନ ରହିଛି । ନୂଆପଡ଼ା ଜିଲ୍ଲାରେ ଏବେ ୧୯୩୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.