Latest Odisha News

ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍‌

ଭୁବନେଶ୍ୱର: କେନ୍ଦ୍ରର ଅନ୍‌ଲକ-୧କୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍ । ଅଧିକ କରୋନା ସଂକ୍ରମିତ ୧୧ଟି ଜିଲ୍ଲାରେ ଆସନ୍ତା ମାସେ ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି ।

ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ ରହିବ । ଏହି ସମୟରେ ଜୁରୀରି ସେବାକୁ ଛାଡିଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ ।ଏନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.