Latest Odisha News

BREAKING NEWS

ଆମେରିକା ବର୍ହିବ୍ୟାପାର ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ :‘ଚୀନ ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି’

ୱାଶିଂଟନ: ଆମେରିକା ବର୍ହିବ୍ୟାପାର ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ବୟାନ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ସେ ସିଧାସଳଖ କହିଛନ୍ତି ଦୀର୍ଘ ଦିନ ଧରି ଭାରତ ପାଇଁ ଚୀନ ବିପଦ ସୃଷ୍ଟି କରୁଛି । ଭାରତକୁ ଅନ୍ୟ ଦେଶର ସହାୟତା ଆବଶ୍ୟକ । ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ବ୍ରାଜିଲ ଆଦି ଦେଶ ସହିତ ଆମେରିକା ମିଳିତ ହେଲେ ସ୍ଥିତିରେ ନିଶ୍ଚିତ ଭାବେ ସୁଧାର ଆସିବ ।

ଚୀନର କମ୍ୟୁନିଷ୍ଟ ସରକାର ସର୍ବଦା ନିଜ ସ୍ୱାର୍ଥ ଦେଖିଥାଏ । ରାଷ୍ଟ୍ରପତି ଜି ଜିନପିଙ୍ଗ ସୈନ୍ୟ କ୍ଷମତା ବୃଦ୍ଧି କରିବା ସହ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ପୋମ୍ପିଓ କହିଛନ୍ତି । ଚୀନର ପ୍ରତିରକ୍ଷା ଶକ୍ତି ଅଧିକ ହୋଇଥିବାରୁ ମିଳିତ ଭାବେ ପଦକ୍ଷେପ ନେବାକୁ ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.