Latest Odisha News

BREAKING NEWS

ସହର ଭିତରେ ୧୧ ଟିକିଆ ହାତୀ ପଲ, ଲୋକେ ଆତଙ୍କିତ

ଢେଙ୍କାନାଳ (ହରେକ୍ରିଷ୍ଣ ରାଉତ): ଜିଲ୍ଲା ବନଖଣ୍ଡ କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ। ସକାଳୁ ପ୍ରାୟ ୧୧ ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ। ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ହାତୀପଲ ଏଣେତେଣେ ଚଲାବୁଲା କରୁଛନ୍ତି ପାଚିଲା ଧାନ ଫସଲ ନଷ୍ଟ କରୁଛନ୍ତି। ପୂର୍ବାଞ୍ଚଳ ରେଞ୍ଜର ବନ ବିଭାଗ ଏହା ଉପରେ ଦୃଷ୍ଟି ରଖିଥିବା କହିଛନ୍ତି ଫରେଷ୍ଟର ରମେଶ ସାହୁ।

କେନ୍ଦୁଝର ଜିଲ୍ଲାରୁ ହାତୀ ପଲ ଗୁଡିକ ପଳେଇ ଆସିଥିବା ଜଣାପଡିଛି। ତେବେ ଏହି ଅଞ୍ଚଳରେ ହାତୀଙ୍କ ପାଇଁ ଉତ୍ତମ ଜଳବାୟୁ ଓ ଖାଦ୍ୟର ସୁବିଧା ଯୋଗୁଁ ଅଂଚଳରେ ହାତୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ହାତୀଙ୍କ ତାଣ୍ଡବ ଯୋଗୁଁ ଚିନ୍ତାରେ କାମାକ୍ଷାନଗରବାସୀ। ବନ ବିଭାଗ ପକ୍ଷରୁ ହାତୀ ଗୁଡିକୁ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି। ପ୍ରାୟ ୩ ଘଣ୍ଟା ଧରି ହାତୀ ଗୁଡ଼ିକ ସହର ଉପକଣ୍ଠରେ ତାଣ୍ଡବ ସୃଷ୍ଟି କରିଥିଲେ।

Comments are closed.