Latest Odisha News

BREAKING NEWS

କଟକ ଏସ୍ପି ସିଗନାଲ ଅଫିସରେ ୧୧ ଜଣ କୋଭିଡ ପଜିଟିଭ ଚିହ୍ନଟ

କଟକ : ରାଜ୍ୟରେ କୋରନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଶୁକ୍ରବାର କଟକ ତୁଳସୀପୁର ଏସ୍ପି ସିଗନାଲ ଅଫିସରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସିଗନାଲ ଟ୍ରେନିଂ ସେଣ୍ଟର ଅଫିସକୁ ସିଲ କରାଯାଇଛି ।

ତେବେ ଯେଉଁମାନେ ସଂକ୍ରମିତ ଅଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ରାଜ୍ୟରେ କିଛି ଦିନ ଭିତରେ କୋରନା ସଂକ୍ରମଣ ଦ୍ରୁତ ଗତିରେ ବିଢିବାରେ ଲାଗିଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ,ଡାକ୍ତରଖାନା ଓ ଅଫିସ ମାନଙ୍କରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।ଏନେଇ ସରକାର ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି ।

Leave A Reply

Your email address will not be published.