Latest Odisha News

BREAKING NEWS

ରୋଷେଇ ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୧୧ ଆହତ

ବ୍ରହ୍ମପୁର: ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଅଘଟଣ। ରାନ୍ଧିଲା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ପାତ୍ରପୁର ବ୍ଲକରେ ଜଣଙ୍କ ଘରେ ଘଟିଛି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅତି କମରେ ୧୧ ଜଣ ଆହତ ହୋଇଛନ୍ତି। ଆମୁଣ୍ଡି ଗାଁର ପ୍ରସନ୍ନ କୁମାର ବେହେରାଙ୍କ ଘରେ ଏହି ଘଟଣା ଘଟିଛି। ଜଣେ ମହିଳା ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ମହିଳା ଜଣଙ୍କ ଗ୍ୟାସ୍‌ରେ ରାନ୍ଧୁଥିବା ବେଳ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଦେଖି ମହିଳା ଜଣକ ବାହାରକୁ ଆସି ସାହି ପଡ଼ିଶାଙ୍କୁ କହିଥିଲେ। ହେଲେ କିଛି ସମୟ ମଧ୍ୟରେ ଧୀରେ ଧୀରେ ନିଆଁ ବ୍ୟାପୀ ଥିଲା। ପରିବାର ସଦସ୍ୟ ଏବଂ ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଘରେ ପଶିବା ବେଳେ ଗ୍ୟାସ୍‌ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ରୋଷେଇ ଘରର ଆଜବେଷ୍ଟସ ଛାତ ଏବଂ ଏହାର ପାଖ କୋଠରୀଗୁଡ଼ିକ ଉଡିଯାଇଥିଲା। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗାଁକୁ ଯାଇ ବିସ୍ଫୋରଣରେ ଆହତ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ସହ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସରେ ଚିକିଟି ଡାକ୍ତରଖାନାକୁ ପଠାଇଥିଲେ। ତେବେ ଘଟଣାରେ ଚାରି ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିବାରୁ ସେମାନଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.