Latest Odisha News

ଆମ୍ବେଦକରଙ୍କ ଜୟନ୍ତୀ ପାଳନ ବେଳେ ଟେକାପଥର ମାଡ଼ରେ ୧୧ ଜଣ ଆହତ

ମଥୁରା: ଆମ୍ବେଦକର ଜୟନ୍ତୀ ପାଳନ ବେଳେ ଟେକାପଥର ମାଡ଼ରେ ୧୧ ଜଣ ଆହତ ହୋଇଛନ୍ତି। ଗତକାଲି ଉତ୍ତରପ୍ରଦେଶ ମଥୁରାରେ ଏଭଳି ଘଟଣା ଘଟିଛି। ଅମ୍ବେଦକରଙ୍କ ଶୋଭାଯାତ୍ରା ବେଳେ କିଛି ଦୁର୍ବୃତ୍ତ ଆମ୍ବେଦକରଙ୍କ ବିରୋଧରେ ଅପମାନଜକ ଟିପ୍ପଣୀ ଦେଇଥିଲେ। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍ ହୋଇଥିଲା। ମଥୁରାର ଜିଲ୍ଲାର ମମୁହା ଏରିଆର ଭର୍ତ୍ତିଆ ଗାଁରେ ଏହି ଗଣ୍ଡଗୋଳ ହୋଇଛି।

ଏହି ଘଟଣା ପରେ ଉଭୟ ପକ୍ଷରୁ ଟେକାପଥର ମାଡ଼ ସହ ପରସ୍ପରକୁ କାଚ ବୋତଲ ଫିଙ୍ଗିଥିଲେ। ଫଳରେ ଶୋଭାଯାତ୍ରାରେ ସାମିଲ ଲୋକେ ଜୀବନ ବଞ୍ଚାଇବା ପାଇଁ ଦଉଡ଼ି ପଳାଇଭାକୁ ଚେଷ୍ଟା କରିଥିଲେ। ଦଳ ଚକଟା ଆରମ୍ଭ ହୋଇଯାଇଥିଲା। ଏଥିରେ ୧୧ ଜଣଙ୍କ ଆହତ ହୋଇଛନ୍ତି। ଏଥିରେ ଏକାଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। କୌଶାଲ ଯାଦବ, ରାଜେନ୍ଦ୍ର ସିଂହ ଏବଂ ଦିବେଶ ଚୌଧୁରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି।

ହିଂସା ଖବର ପାଇ ଏଡିଏମ୍‌ ଯୋଗାନନ୍ଦ ପାଣ୍ଡେ, ଏସ୍‌ଡିଏମ୍ ସ୍ୱେତା ସଂହ, ମଜିଷ୍ଟ୍ରେଟ୍ ମନୋଜ ଭର୍ଶନେ ଏବଂ ଅନ୍ୟ ପ୍ରଶାସନକି ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇନ ଶୃଙ୍ଖଳା ବଜାଇ ରଖିବା ପାଇଁ ଘଟଣା ସ୍ଥଳରେ ବହୁ ସଂଖ୍ୟାରେ ଆର୍‌ଏଏଫ୍‌ ଯବାନ ମୁତୟନ କରାଯାଇଛି।

ସେହିପରି ହାଥରସ ଜିଲ୍ଲାରେ ବି ସମାନ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ୩ଟି ଆମ୍ବେଦକର ଷ୍ଟେଚ୍ୟୁ ଭାଙ୍ଗିଦିଆଯାଇଛି। ଏହି ଘଟଣା ପରେ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଦୋକାନ ବଜାର ବନ୍ଦ ରହିଥିଲା। ଏହି ଘଟଣାରେ ଉଭୟ ପକ୍ଷରୁ କୋତୱଲି ଥାନାରେ ମାମଲା ହୋଇଛି। ତେବେ ଆଜି ଆମ୍ବେଦକରଙ୍କର ନୂଆ ପ୍ରତିମୂର୍ତ୍ତି ଲଗାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

Comments are closed.