Latest Odisha News

BREAKING NEWS

ବିଜେପି ନିର୍ଦ୍ଦେଶରେ ସିବିଆଇ ମୋତେ ଗିରଫ କରିପାରେ: ଅରବିନ୍ଦ କେଜରିୱାଲ୍

ନୂଆଦିଲ୍ଲୀ: ମଦ ଦୁର୍ନୀତି ଅଭିଯୋଗରେ କେଜରିୱାଲ୍‌ଙ୍କୁ ସମନ କରିଛି ସିବିଆଇ। ଆଉ କିଛି ସମୟରେ ପରେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ। ହେଲେ ତା ପୂର୍ବରୁ ଏକ ଭିଡିଓ ଜାରି କରିଛନ୍ତି କେଜରିୱାଲ୍। ଏଥିରେ ସେ ବିଜେପିକୁ ଟାର୍ଗେଟ୍ କରିବା ସହ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ଭିଡିଓରେ ସେ କହିଛନ୍ତି ଯେ ଏମାନେ(ବିଜେପି) ବହୁତ ପାୱାର ଫୁଲ୍। ଏମାନେ କାହାକୁ ବି ଗିରଫ କରିପାରିବେ। କାଲି ଠାରୁ ବିଜେପି ନେତାମାନେ କହୁଛନ୍ତି ଯେ କେଜରିୱାଲ୍‌ଙ୍କୁ ଗିରଫ କର। ବୋଧହୁଏ ବିଜେପି ସିବିଆଇକୁ ଆଦେଶ ଦେଇଛି ମୋତେ ଗିରଫ କରିବାକୁ। ସିବିଆଇ ମୋତେ ଗିରଫ କରିପାରେ। ଏମାନେ ବହୁତ ଘମଣ୍ଡି। କାହାକୁ ମାନୁ ନାହାନ୍ତି। ଜଜ୍, ସାମ୍ବାଦିକ ବିରୋଧୀ ନେତା ସମସ୍ତଙ୍କୁ ଗିରଫ କରୁଛନ୍ତି ବୋଲି କେଜରିୱାଲ୍ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆମ ନେତାମାନଙ୍କୁ ଜନତାଙ୍କର ଚିନ୍ତା ନାହିଁ ବୋଲି ସ୍ୱାଧୀନତାର ୭୫ ବର୍ଷ ପରେ ବେରୋଜଗାରୀ ଓ ଗରିବି ଲାଗି ରହିଛି। ନେତାମାନେ ନିଜ ନିହିତ ସ୍ୱାର୍ଥ ରକ୍ଷା ପାଇଁ ୟାଙ୍କୁ ଗିରଫ କର ତାଙ୍କୁ ଗିରଫ କରିବାରେ ଲାଗିଛନ୍ତି। ମୋତେ ଗିରଫ କଲେ ଯଦି ଦେଶର ସମସ୍ୟାର ସମାଧାନ ହେବ ତେବେ ନିଶ୍ଚୟ ଗିରଫ କର। ମୁଁ ଦେଶ ପାଇଁ ଜୀବନ ବି ଦେଇପାରେ।

୮ ବର୍ଷରେ ମୁଁ ଦିଲ୍ଲୀର ସବୁ ସ୍କୁଲ୍‌କୁ ପରିବର୍ତ୍ତନ କରିଛି। ହେଲେ ୩୦ ବର୍ଷରେ ଆପଣ ଗୁଜରାଟରେ ଗୋଟିଏ ବି ସ୍କୁଲ୍‌ରେ ଭଲ ବନାଇପାରି ନାହାନ୍ତି। ଦିଲ୍ଲୀରେ ମୋହଲ୍ଲା କ୍ଲିନିକ୍‌ ଖୋଲି ସମସ୍ତଙ୍କର ମାଗଣା ଚିକିତ୍ସା କରିଛି। ହେଲେ ମଧ୍ୟପ୍ରଦେଶରେ ହେଲାନି କାହିଁକି ? ୮ ବର୍ଷରେ ଦିଲ୍ଲୀରେ ମୁଁ ବିଜୁଳି ଫ୍ରି କରିଦେଲି। ହେଲେ ଗୁଜରାଟରେ ଆପଣ କରିପାରିଲେନି କାହିଁକି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କେଜରିୱାଲ୍ କହିଛନ୍ତି ଭାରତ ବିଶ୍ୱ ନମ୍ବର ୱାନ ଦେଶ ହେଇପାରିଥାନ୍ତା, ହେଲେ ଆପଣମାନଙ୍କ ଭଳି ନେତାମାନଙ୍କ ପାଇଁ ହେଇପାରିଲା ନାହିଁ। ଦିଲ୍ଲୀ ପରେ ଏବେ ଭାରତ ଆଉ ରୋକିବ ନାହିଁ। ଆଗକୁ ବଢ଼ିବ। ମୁଁ ମଧୁମେହ ରୋଗୀ ହୋଇ ବି ଦେଶ ପାଇଁ ୧୦-୧୫ ଦିନ ଭୋକରେ ରହି ଅନଶନ କରିଛି। ମୋର କିଛି ହେଇନି। ଭଗବାନ ମୋ ସହ ଅଛନ୍ତି।

ମୋଦୀ ଜୀ ଆପଣଙ୍କ ପାଇଁ କେଜରିୱାଲ୍ ଭ୍ରଷ୍ଟାଚାରୀ ହେଇପାରେ। ମୁଁ ପ୍ରଥମେ ଆୟକର ବିଭାଗରେ କାମ କରୁଥିଲି। ଚାହିଁଥିଲେ କୋଟି କୋଟି ଟଙ୍କା ଆୟ କରିପାରିଥାନ୍ତି। ସେହି ସମୟରେ ବି ବସ୍ତିର ଛୋଟ ଘରେ ରହୁଥିଲି। ସେତେବେଳେ ମୁଁ ରାଜନୀତିକୁ ଆସିନଥିଲି। ପ୍ରଧାନମନ୍ତ୍ରୀ ଜୀ ଯଦି କେଜରିୱାଲ୍ ଦୁର୍ନିତିଗ୍ରସ୍ତ ତେବେ ଦୁନିଆର କେଉଁ ବ୍ୟକ୍ତି ସଚ୍ଚୋଟ ନୁହେଁ। କେଜରିୱାଲ୍ ଦେଶ ପାଇଁ ବଞ୍ଚେ ଦେଶ ପାଇଁ ମରିବ। ଆପଣ ମୋତେ ଯେବେ ସିବିଆଇ ଓ ଇଡି ଲଗେଇ ଡାକିବେ ମୁଁ ଯିବି। ହେଲେ ଆପଣ ଭାରତର ବିକାଶ ଧାରାକୁ ରୋକିପାରିବେ ନାହିଁ ବୋଲି କେଜରିୱାଲ୍ କହିଛନ୍ତି।

Leave A Reply

Your email address will not be published.