ଇମ୍ଫାଲ : ଅଶାନ୍ତ ପାଲଟିଛି ମଣିପୁର। ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଛି ସଂଘର୍ଷ। ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି୧୧ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।
ମଣିପୁର ଜିରିବାମ ଜିଲ୍ଲାରେ କୁକି ଉଗ୍ରବାଦୀମାନେ ଗୋଟିଏ ପୁଲିସ ଷ୍ଟେସନ ଉପରେ ଉଭୟ ପାର୍ଶ୍ୱରୁ ହମଲା କରିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା ପୋଲିସ୍ ଓ ସିଆରପିଏଫ ଯବାନ ଏବଂ କୁକି ଉଗ୍ରବାଦୀଙ୍କ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଏଥିରେ ୧୧ ଜଣ କୁକି ଉଗ୍ରବାଦୀ ନିପାତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା କିଛି ଉଗ୍ରବାଦୀ ଲୁଚି ରହିଥିବା ସନ୍ଦେହ ହେବାରୁ ସର୍ଚ୍ଚ ଅପରେସନ ଜାରି ରହିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ କୁକି ଉଗ୍ରବାଦୀଙ୍କ ହମଲାରେ କିଛି ଯବାନ ଓ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ହମାର ଆଦିବାସୀ ସଂପ୍ରଦାୟର ଜଣେ ମହିଳାଙ୍କୁ ଜିରିବାମ ଜିଲ୍ଲାରେ ଦୁଷ୍କର୍ମ ପରେ ଗୁଳି କରି କରାଯାଇଥିଲା। ଏହାପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଘଟଣା ପଛରେ ମୈତୈ ସଂପ୍ରଦାୟର ଆତଙ୍କବାଦୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହାପରେ ମୈତୈ ସଂପ୍ରଦାୟର ଜଣେ ମହିଳାଙ୍କୁ କୁକି ବିଦ୍ରୋହୀମାନେ ଗୁଳି କରି ହତ୍ୟା କରିଥିଲେ। ଏହି ଦୁଇ ଘଟଣାକୁ ନେଇ ମଣିପୁର ପୁଣି ଅଶାନ୍ତ ହୋଇଥିଲା।
Comments are closed.