Latest Odisha News

BREAKING NEWS

ବାତିଲ ହେଲା ମା’ ତାରିଣୀଙ୍କ ଭୋଗ ନଡିଆ ନିଲାମ

ଘଟଗାଁ: ବାତିଲ ହେଲା ମା ତାରିଣୀଙ୍କ ଭୋଗ ନଡିଆ ନିଲାମ  । ଆଜି ମନ୍ଦିର କର୍ତ୍ତୃପକ୍ଷ ଡାକିଥିବା ଖୋଲା ନିଲାମ ପ୍ରକ୍ରିୟା ବାତିଲ ହୋଇଛି  । ରାଜ୍ୟର କୋଣ ଅନୁକୋଣରୁ ଘଟଗାଁ ମା’ ତାରିଣୀ ପୀଠକୁ ପ୍ରତିଦିନ ଶହ ଶହ ମାନସିକ ନଡ଼ିଆ ଆସୁଛି। ମା’ଙ୍କ ଠାରେ ଭୋଗ ଲାଗିବା ପରେ ଏହାର ସୁବିନିଯୋଗ ହୋଇପାରୁ ନଥିବାରୁ ଏହା ଗୋଦାମରେ ଦୀର୍ଘ ଦିନ ଧରି ପଡିରହୁଛି  । ଯାହାକି ପଚି ସଢି ନଷ୍ଟ ‌ହେବାକୁ ବସିଛି। ବର୍ତ୍ତମାନ ମନ୍ଦିର ଗୋଦାମରେ ୧୧ ଲକ୍ଷ ୨୭ ହଜାର ନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି। ନଡିଆ ଉଠାଇବା ପାଇଁ ଗତ ୧ ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ଖୋଲା ନିଲାମ ହେବ ବୋଲି ନୋଟିସ୍‌ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ ହେବ ବୋଲି ନୋଟିସ୍‌ରେ ଉଲ୍ଲେଖ ଥିଲା।

ଆଜି ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଲୋକେ ମଧ୍ୟ ପହଞ୍ଚିଥିଲେ। ହେଲେ ନିଲାମ ପ୍ରକ୍ରିୟା ବାତିଲ ହୋଇଛି ବୋଲି ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  । ଦେବୋତ୍ତର କମିସନରଙ୍କ ନିର୍ଦେଶକ୍ରମେ ୧୫ ଦିନ ପାଇଁ ଭୋଗ ନଡ଼ିଆ ନିଲାମକୁ ବାତିଲ କରାଯାଇଛି। ସପଟେ ମନ୍ଦିର ଗୋଦାମରେ ଗଚ୍ଛିତ ଥିବା ଭୋଗ ନଡ଼ିଆ ବିକ୍ରି ହୋଇପାରୁ ନଥିବାରୁ ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଗଚ୍ଛିତ ଥିବା ନଡ଼ିଆକୁ ଜାଣିଶୁଣି ଅଳ୍ପ ପରିମାଣରେ ଅଣାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏହି ଘଟଣାକୁ ନେଇ  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି  କମିଶନରଙ୍କ ନିର୍ଦ୍ଦେଶ ପରେ ଖୋଲା ନିଲାମ ପ୍ରକ୍ରିୟାକୁ ବାତିଲ କରାଯାଇଛି। ୧୫ ଦିନ ପର୍ଯ୍ୟନ୍ତ ଖୋଲା ବଜାରରେ ୪ ଟଙ୍କା ୬୦ ପଇସାରେ ନଡ଼ିଆ ବିକ୍ରି ହେବ ।

 

Comments are closed.