ସୁକମା: ଛତିଶଗଡ଼ ସୁକମା ପୋଲିସ ଏବଂ ସିଆରପିଏଫଙ୍କୁ ମିଳିଛି ବଡ଼ ସଫଳତା। CRPF କମା କୋମାଣ୍ଡେଣ୍ଟ ନିକଟରେ ୧୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦକ୍ଷିଣ ବସ୍ତର ମାଓ ସଂଗଠନର ସକ୍ରିୟ ସଦସ୍ୟ ଥିଲେ ଆତ୍ମସମର୍ପଣ ମାଓବାଦୀ।
ସରେଣ୍ଡେର ମାଓବାଦୀଙ୍କର ଅନେକ ମାଓ ହିଂସାକାଣ୍ଡରେ ମୂଖ୍ୟ ଭୂମିକା ଥିଲା। ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଆତ୍ମସମର୍ପଣ କରିଛନ୍ତି ୧୧ ମାଓବାଦୀ। ଅନ୍ୟପଟେ ଗତକାଲି ଛତିଶଗଡ଼ରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଥିଲେ। ସକାଳୁ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ।
ଏଥିରେ ସୁରକ୍ଷାବାହିନୀ ଗୁଳିରେ ୭ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଥିଲେ । ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ଗତକାଲି ଭୋର ୩ଟା ବେଳେ ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ନକ୍ସଲମାନେ ତାଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଥିଲେ । ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଥିଲେ ।
Comments are closed.