Latest Odisha News

ପିଏମ୍ ଆବାସ ଯୋଜନା ଟଙ୍କା ଧରି ପ୍ରେମିକ ସହ ୧୧ ମହିଳା ଫେରାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ନେଇ ଫେରାର ହୋଇଯାଇଛନ୍ତି ୧୧ ମହିଳା। ଏହି ଘଟଣା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋରଧରିଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୧୧ ଜଣ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତିର ଟଙ୍କା ନେଇ ନିଜ ପ୍ରେମୀକଙ୍କ ସହ ଛୁ ମାରିଛନ୍ତି। ପ୍ରେମୀକଙ୍କ ସହ ଫେରାର ହୋଇଛନ୍ତି ସେମାନଙ୍କ ସ୍ୱାମୀ ଏହି ଘଟଣା ସମ୍ପର୍କରେ ଏଫଆଇଆର ରୁଜୁ କରିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହାରାଜଗଞ୍ଜର ୨୩୫୦ ଜଣ ବ୍ଯକ୍ତିଙ୍କୁ ନିକଟରେ ମିଳିଥିଲା ପିଏମ୍ ଆବାସ ଯୋଜନାରେ ଟଙ୍କା। ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପ୍ରଶାସନ ସେମାନଙ୍କର ଦ୍ୱିତୀୟ କିସ୍ତିର ଟଙ୍କାକୁ ବନ୍ଦ କରିଦେଇଛନ୍ତି ।

Comments are closed.