Latest Odisha News

ବାଲେଶ୍ବରରେ ୧୧ ପଜିଟିଭଙ୍କୁ ମିଶାଇ ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ରବିବାର ଦିନ ୧୧ ଟି କରୋନା ପଜିଟିଭ ବ୍ୟକ୍ତିଙ୍କୁ ମିଶାଇ ମୋଟ ସଂଖ୍ୟା ୫୧୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬ ଟି ସ୍ଥାନୀୟ ମାମଲା ରହିଛି।

ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଇନଷ୍ଟିଚ୍ୟୁଟସନାଲ କ୍ବାରେନଣ୍ଟାଇନ ସେଣ୍ଟରରେ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର, ଜଣେ ତେଲେଙ୍ଗାନାରୁ, ଦୁଇଟି ପଶ୍ଚିମବଙ୍ଗ ଫେରନ୍ତା ଏବଂ ଭୁବନେଶ୍ୱରର ଏମ୍ସର ଇନଷ୍ଟିଚ୍ୟୁଟସନାଲ କ୍ବାରେନଣ୍ଟାଇନରୁ ରହିଛି।

ଅନ୍ୟ ୬ ଟି ସ୍ଥାନୀୟ ମାମଲା ମଧ୍ୟରୁ ଦୁଇଜଣ କରୋନା ଯୋଦ୍ଧା ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାରେ ମୋଟ୍ ୫୧୯ଟି ପଜିଟିଭ ମାମଲା ମଧ୍ୟରୁ ୧୩୧ଟି ସକ୍ରିୟ କେସ୍ ରହିଛି। ଏହା ବ୍ୟତୀତ ୩୮୬ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.