Latest Odisha News

BREAKING NEWS

ପ୍ରଚଣ୍ଡ ଖରାରେ ତୃଷାର୍ତ୍ତ ଟ୍ରାଫିକ୍ ପୋଲିସଙ୍କୁ ଜଳଦାନ କରି ସମ୍ମାନିତ ହେଲେ ଏହି ବାଳକ…

କଟକ: ଏବର୍ଷ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରାରେ ଏକ ଘଟଣା କଟକ ସହରରେ ଦେଖିବାକୁ ମିଳିଥିଲା, ଯାହାକି ସମସ୍ତଙ୍କ୍ୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ପ୍ରବଳ ଗୁଳଗୁଳି ସାଙ୍ଗକୁ ମୁଣ୍ଡଫଟା ଖରାରେ ଜଣେ ଛୋଟିଆ ବାଳକ ଟ୍ରାଫିକ୍ ପୋଲିସ ମାନଙ୍କୁ ପାଣି ବାଣ୍ଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରଚଣ୍ଡ ଖରାକୁ ଖାତିର ନ’କରି ଟ୍ରାଫିକ୍ କଣ୍ଟ୍ରୋଲ୍ କରୁଥିଲେ ଶହ ଶହ ଟ୍ରାଫିକ୍ ପୋଲିସ୍ । ଏହି କର୍ତ୍ତବ୍ୟରତ ଟ୍ରାଫିକ୍ ପୋଲିସ ମାନଙ୍କର ତୃଷା ନିବାରଣ କରୁଥିଲେ ୧୧ ବର୍ଷୀୟ ବାଳକ ଅଭିଷେକ ସାହୁ ।

ଅଭିଷେକଙ୍କ ଏହିପରି ପ୍ରଶଂସନୀୟ ଉଦ୍ୟମକୁ ବେଶ୍ ପ୍ରଶଂସା କରିବା ସହିତ କଟକ ଡ଼ିସିପି ଅଖିଳେଶ୍ୱର ସିଂହ ଶୁକ୍ରବାର ଦିନ ତାଙ୍କୁ ସମ୍ମାନିତ କରିଛନ୍ତି ।

ଅଭିଷେକ ଟ୍ରାଫିକ କର୍ମଚାରୀମାନଙ୍କୁ ଖରାରେ ପ୍ରାୟ ୧୦,୦୦୦ରୁ ଅଧିକ ଲିଟର୍ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି ।

“ପ୍ରଳୟଙ୍କରୀ ବାତ୍ୟା ଫନୀ ପରେ ପରେ ପାନୀୟ ଜଳ ଲାଗି ସହରର ଅଧିକାଂଶ ବାସିନ୍ଦା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ଗୋଟିଏ ଟ୍ରାଫିକ୍ ପୋଷ୍ଟରୁ ଅନ୍ୟ ଟ୍ରାଫିକ୍ ପୋଷ୍ଟକୁ ଜଳ ଯୋଗାଇ ଦେଇ ଅଭିଷେକ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି” ।

ଏହିପରି ପ୍ରଶଂସନୀୟ କାର୍ଯ୍ୟ ଲାଗି ଅଭିଷେକ କେବେବି ତାଙ୍କ ବାପାଙ୍କୁ ଟଙ୍କାଟିଏ ମାଗି ନାହାନ୍ତି । “ଅଭିଷେକ ପୂର୍ବରୁ ବିଭିନ୍ନ ମ୍ୟୁଜିକ୍ କମ୍ପିଟିସନରେ ହାସଲ କରିଥିବା ପୁରସ୍କାର ରାଶିରେ ହିଁ ବିଶୁଦ୍ଧ ପାଣି ବୋତଲ କିଣି ତୃଷାତ୍ତୁର ଟ୍ରାଫିକ୍ ପୋଲିସ ମାନଙ୍କୁ ବଣ୍ଟନ କରିଥିଲେ,” ବୋଲି କହିଛନ୍ତି ଡ଼ିସିପି ଶ୍ରୀ ସିଂହ ।

କଟକ ସହରରେ ସ୍ଥିତ ଏସସିବି ମେଡ଼ିକାଲ୍ ପବ୍ଲିକ ସ୍କୁଲରେ ପଢନ୍ତି ଅଭିଷେକ । ଜଣେ ଉଚ୍ଚକୋଟୀର ଡ୍ରମ୍ ବାଦକ ଭାବେ ସେ ଅନେକ ପୁରସ୍କାର ହାସଲ କରିପାରିଛନ୍ତି । ଏହି କୁନି ଡ୍ରମର୍ ଜଣକ କେବଳ ରାଜ୍ୟସ୍ତରରେ ନୁହେଁ ବରଂ ଜାତୀୟ ସ୍ତରରେ ମଧ୍ୟ ଅନେକ ପୁରସ୍କାର ହାସଲ କରିପାରିଛନ୍ତି ।

ଖାଲି ସେତିକି ନୁହେଁ, ଅଭିଷେକ ଭଲ ପାଠ ପଢିବା ସହିତ ଗରିବ ପିଲାମାନଙ୍କ ନିକଟକୁ ଯାଇ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଥାଆନ୍ତି । ବିଭିନ୍ନ ପ୍ରତିଯୋଗିତାରେ ହାସଲ କରୁଥିବା ପୁରସ୍କାର ରାଶିକୁ ଅଭିଷେକ ନିଜ ଲାଗି ଖର୍ଚ୍ଚ ନକରି ସମାଜସେବାରେ ଉତ୍ସର୍ଗ କରୁଥିବାରୁ କୁନି ଛାତ୍ରଛାତ୍ରୀମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି ।

Leave A Reply

Your email address will not be published.