Latest Odisha News

BREAKING NEWS

ଦୀପିକାଙ୍କ ‘ମହାଭାରତ’ !

ମୁମ୍ବାଇ: ଶୀର୍ଷକଟି ପଢି ଦ୍ଵନ୍ଦରେ ପଡିଗଲେ କି ? ଆମେ ଆପଣଙ୍କୁ କହି ରଖୁଛୁ ବି-ଟାଉନର ମୋଷ୍ଟ ଟ୍ୟାଲେଣ୍ଟେଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଯୋଜନା କରିବେ ଏକ ଚଳଚ୍ଚିତ୍ର । ଯାହାର ନାମ ମହାଭାରତ ଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ସୁନ୍ଦରୀ ଦୀପିକାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଏହି ମହାଭାରତ ଚଳଚ୍ଚିତ୍ରର ଦ୍ରୌପଦୀ ଭୂମିକାରେ ନିଜେ ଦୀପିକା ନଜର ଆସିବେ ।

ପ୍ରଯୋଜକ ମଧୁ ମଣ୍ଟେନାଙ୍କ ସହ ମିଶି ଦୀପିକା ଏହାର ଏହାର ପ୍ରଯୋଜନା ଭାର ବହନ କରିବେ। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଶୁକ୍ରବାର ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଚଳଚ୍ଚିତ୍ରକୁ ଅନେକ ଭାଗରେ ନିର୍ମାଣ କରାଯିବ ଏବଂ ଏହାର ପ୍ରଥମ ଭାଗ ୨୦୨୧ରେ ମୁକ୍ତିଲାଭ କରିବ।ଏହି ଚଳଚ୍ଚିତ୍ରଟି ପାରମ୍ପରିକ ମହାଭାରତର କାହାଣୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ଶୁଣିବାକୁ ମିଳିଛି ।

Leave A Reply

Your email address will not be published.