Latest Odisha News

BREAKING NEWS

ମୁମ୍ବାଇ ‘୨୬/୧୧ ‘ ଆକ୍ରମଣକୁ ୧୧ ବର୍ଷ

ମୁମ୍ବାଇ : ୨୦୦୮ ମସିହା ନଭେମ୍ବର ୨୬ ତାରିଖ(୨୬/୧୧) ରେ ମୁମ୍ବାଇ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୧ ବର୍ଷ ।

ଦୀର୍ଘ ୧୧ ବର୍ଷ ପରେ ମଧ୍ୟ ଭାରତୀୟଙ୍କ ମନରେ ଆଜିବି ଉଜ୍ଜୀବିତ ହୋଇ ରହିଛି ସେହି ଲୋମ ଟାଙ୍କୁରା ଦୃଶ୍ୟ ।

ନଭେମ୍ବର ୨୬ ତାରିଖ ୨୦୦୮ ମସିହା । ସବୁଦିନ ଭଳି ଚଳଚଞ୍ଚଳ ଥିଲା ମାୟା ନଗରୀ ମୁମ୍ବାଇ । କିନ୍ତୁ ଲସ୍କର-ଇ ତୋଏବାର ୧୦ ଜଣ ଆତଙ୍କବାଦୀ ମୁମ୍ୱାଇରେ ପ୍ରବେଶ କରିଥିଲେ । ହୋଟେଲ୍ ତାଜ, ଓବରଏ , ଛତ୍ରପତି ଶିବାଜୀ ଟର୍ମିନାଲ ପ୍ରଭୃତି ସ୍ଥାନରେ ବିସ୍ଫୋରଣ କରିବା ସହ ଗୁଳିଚାଳନା କରିଥିଲେ । କେହିକିଛି ବୁଝିବା ପୂର୍ବରୁ ଆତଙ୍କବାଦୀଙ୍କ କବଜାରେ ଆସି ଯାଇଥିଲା ମୁମ୍ବାଇର କିଛି ପ୍ରମୁଖ ସ୍ଥାନ ବିଶେଷ କରି ତାଜ ହୋଟେଲ ।

ଏଥିରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ । ୪ ଦିନ ଧରି ରଚିଥିଲେ ତାଣ୍ଡବଲୀଳା । ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ବିସ୍ଫରୋଣ କରିଥିଲେ । ୯ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । ଏହି ଆତଙ୍କବାଦୀଙ୍କ ମୁଖ୍ୟ କସବକୁ ଜୀବିତ ଧରିଥିଲେ ଭାରତୀୟ ସୁରକ୍ଷାକର୍ମୀ । ଏହାପରେ ତାକୁ ମଧ୍ୟ ଫାଶି ଦିଆଯାଇଥିଲା ।

ଭାରତ ଛାତିରେ ରଚା ହୋଇଥିବା ଏହି କଳା ଅଧ୍ୟାୟକୁ ଆଜି ପୁରିଛି ୧୧ ବର୍ଷ । ଏହି ଆକ୍ରମଣରେ ଦେବଦୂତ ସାଜିଥିବା ବୀର ସହିଦ ମାନଙ୍କୁ ବିଭିନ୍ନ ସ୍ଥାନରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି ।

ଭାରତ ମାତାର ଏହି ସୁପୁତ୍ର ମାନଙ୍କ ପାଇଁ ଆଜି ମୁମ୍ବାଇରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ହେମନ୍ତ କରକରେ ଓ ସନ୍ଦୀପ ଉନ୍ନିକ୍ରିଷ୍ନନଙ୍କ ଭଳି ଅଫିସରଙ୍କ ବଳିଦାନକୁ ଆଜି ମନେପକାଇଛି ସାରା ଦେଶ ।

Leave A Reply

Your email address will not be published.