Latest Odisha News

BREAKING NEWS

କେଦାରନାଥରୁ ରାମେଶ୍ୱରମ; ଜାଣନ୍ତୁ ଏକ ସରଳରେଖାରେ ୭ଟି ଶିବମନ୍ଦିରର ରହସ୍ୟ !

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ପରମ୍ପରାରେ ମହାଦେବ ଶିବଙ୍କୁ ଯୋଗେଶ୍ୱର କୁହାଯାଇଥାଏ । ଶିବଶଙ୍କର ସଦା ସର୍ବଦା ଯୋଗମୁଦ୍ରାରେ ରହିଥାଆନ୍ତି । କୈଳାଶ ପର୍ବତରେ ଆଜି ପର୍ଯ୍ୟନ୍ତ ଭଗବାନ ଶିବ କେଉଁ ଅନାଦିକାଳରୁ ତପସ୍ୟାରତ ରହିଥିବା କଥା ପୁରାଣରେ ବର୍ତ୍ତିତ ରହିଛି । ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଶିବାଳୟ ଏବଂ ପୁରାତନ ଶିବ ମନ୍ଦିର ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗୋଟିଏ ସରଳରେଖାରେ ଉତ୍ତରଭାରତର କେଦାରନାଥ ମନ୍ଦିର ଏବଂ ଦକ୍ଷିଣର ରାମେଶ୍ୱରମ ଶିବମନ୍ଦିର ମଧ୍ୟରେ ରହିଛି ୭ଟି ଶିବ ମନ୍ଦିର ।

ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ କେଦାରନାଥ-ରାମେଶ୍ୱରମ ମଧ୍ୟରେ ୭୯ ଡ଼ିଗ୍ରୀ ଇ ୪୧’ ୫୪” ଲଂଗିଚ୍ୟୁଡ଼ରେ ୭ଟି ମନ୍ଦିର ଅବସ୍ଥାନ କରିଛି । ଏହି ମନ୍ଦିର ଗୁଡ଼ିକ ଯେଉଁ ସମରେ ତିଆରି ହୋଇଥିଲା ସେତେବେଳେ ନା ସାଟେଲାଇଟ୍ ଥିଲା ନା ଥିଲା ଉନ୍ନତ ଟେକ୍ନୋଲୋଜି । ମାତ୍ର ସେତେବେଳେ ମଧ୍ୟ ପୁରାତନ ଭାରତୀୟ ଜ୍ଞାନ କୌଶଳ ଏବେକାର ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ତଥା ପ୍ରଖର ଥିଲା ବୋଲି ଏଥିରୁ ଅନୁମେୟ କରିହୁଏ ।

କୁହାଯାଏ, ଯୋଗଶାସ୍ତ୍ରାନୁଯାୟୀ ଏହିପରି ମନ୍ଦିର ସ୍ଥାପନ କରାଯାଇଛି । ଯୋଗ ଏବଂ ପ୍ରାଚୀନ ଗାଣିତିକ ସୂତ୍ରାନୁଯାୟୀ ଏହା ସ୍ଥାପିତ ହୋଇପାରେ ବୋଲି କେତେକ ଗବେଷକଙ୍କ ମତ ।

ଏହି ଶିବ ମନ୍ଦିର ଗୁଡ଼ିକ ଉତ୍ତରର କେଦାରନାଥରୁ ଆରମ୍ଭ ହୋଇ ଦକ୍ଷିଣର ରାମେଶ୍ୱରମ ପର୍ଯ୍ୟନ୍ତ ବ୍ୟାପ୍ତ । କେଦାରନାଥ ଏବଂ ରାମେଶ୍ୱରମ ବ୍ୟତୀତ ଗୋଟିଏ ସରଳରେଖାରେ ରହିଛି ଆଉ ୫ଟି ମନ୍ଦିର । କୁହାଯାଏ ପ୍ରକୃତିର ୫ଟି ବିଶେଷ ତତ୍ତ୍ୱକୁ ନେଇ ଏହିପରି ଗୋଟିଏ ସରଳରେଖାରେ ମନ୍ଦିର ଗୁଡ଼ିକ ସ୍ଥାପିତ ହୋଇଛି । ଏହି ୭ଟି ଶିବ ମନ୍ଦିର ମଧ୍ୟରୁ ୫ଟି ମନ୍ଦିରରେ ରହିଛି ପବିତ୍ର ଶିବଲିଙ୍ଗ । କୁହାଯାଏ ଥିରୁବନାଇକାଭଲରେ ଜଳ ତତ୍ୱ, ଥିରୁଭନାମାଲ୍ଲାଇରେ ଅଗ୍ନି ତତ୍ୱକୁ ନେଇ ଶିବ ମନ୍ଦିର, କଳାହସ୍ତିରେ ବାୟୁ ତତ୍ୱକୁ ନେଇ ମନ୍ଦିର, କାଞ୍ଚିପୁରମରେ ଭୂତତ୍ୱକୁ ନେଇ ମନ୍ଦିର ଏବଂ ଚିଦାମ୍ବରମରେ ଆକାଶତତ୍ୱକୁ ନେଇ ତିଆରି ହୋଇଛି ବିଶାଳକାୟ ଶିବ ମନ୍ଦିର ।

ମହାଦେବ ଶିବ କେଦାରନାଥରେ ପ୍ରଭୁ କେଦାରନାଥ ଭାବେ ପୂଜା ପାଉଥିବା ରାମେଶ୍ୱରମଠାରେ ରାମନାଥସ୍ୱାମୀ ଭାବେ ପୂଜା ପାଉଛନ୍ତି ମହାଦେବ । ସେହିପରି ଭାବେ ଚିଦାମ୍ବରମରେ ନଟରାଜ, ଥିରୁବନମାଲାଇଠାରେ ଅନ୍ନମଲ୍ଲାୟିୟାର ମନ୍ଦିର, କାଞ୍ଚିପୁରମଠାରେ ଏକମ୍ବରେଶ୍ୱର ମନ୍ଦିର, ଶ୍ରୀକଳାହସ୍ତୀଠାରେ ଶ୍ରୀକଳାହସ୍ତୀ ମନ୍ଦିର ଏବଂ କାଲେଶ୍ୱରମଠାରେ କାଲେଶ୍ୱର ମୁକ୍ତେଶ୍ୱର ସ୍ୱାମୀ ମନ୍ଦିରରେ ପୂଜିତ ହେଉଛନ୍ତି ମହାଦେବ ଶିବ ।

Leave A Reply

Your email address will not be published.