Latest Odisha News

BREAKING NEWS

କଟକରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

କଟକ: ପୁଣି ବ୍ରାଉନସୁଗର ବେପାରୀ ଗିରଫ । କଟକ ମର୍କତନଗର ଅଞ୍ଚଳରୁ ଜବତ ହୋଇଛି ୧୧୦ ଗ୍ରାମ ବ୍ରାଉନସୁଗର । ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ । ଏହି ଘଟମାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ପଚରାଉଚରା କରାଯାଇଛି । ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ? କେବେଠାରୁ ଧଳା ଜହର କାରବାର ଚଳାଇଥିଲେ ଦୁଇ ଅଭିଯୁକ୍ତ ? କଟକ ବ୍ୟତୀତ ଆଉ କେଉଁଆଡ଼େ ଚାଲାଣ କରୁଥିଲେ ? ଏସବୁ ପ୍ରଶ୍ନର ଉତ୍ତର ଅଭିଯୁକ୍ତଙ୍କ ପଖରୁ ବାହାର କରିଛି ପୋଲିସ ।

ଗତ ୬ ମାସରେ ଜବତ ହେଲାଣି ୧ କେଜିରୁ ଅଧିକ ବ୍ରାଉନସୁଗର । ଏଯାଏ ୨୧ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ତଥାପି ବେଆଇନ୍ କାରବାର ଉପରେ ରୋକ ଲାଗି ପାରୁନି । ଭାୟା ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଯାଏ ଲମ୍ବିଛି ବ୍ରାଉନସୁଗାର ଚେର ।

Leave A Reply

Your email address will not be published.